ବିଲାଶ ରାଉତରାୟ ସ୍ମାରକୀ ଫୁଟବଲ୍, ଫାଇନାଲରେ ଜଗା ୟୁନାଇଟେଡ୍

ଭୁବନେଶ୍ବର: ସ୍ଥାନୀୟ ପୋଖରୀପୁଟ ଖେଳ ପଡ଼ିଆରେ ଚାଲିଥିବା ଚତୁର୍ଥ ବିଳାସ ରାଉତରାୟ ସ୍ମାରକୀ ଫୁଟ୍‌ବଲ୍ ପ୍ରତିଯୋଗିତାର ଦ୍ବିତୀୟ ସେମିଫାଇନାଲ୍‌ରେ ବିଜୟୀ ହୋଇ ଭୁବନେଶ୍ବରର ଜଗା ୟୁନାଇଟେଡ୍‌ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳା ଯାଇଥିବା ମ୍ୟାଚ୍‌ରେ ଜଗା ୟୁନାଇଟେଡ୍ ୪-୧ ଗୋଲ୍‌ରେ ଭୁବନେଶ୍ବର ଇଲେଭେନ୍‌କୁ ହରାଇଛି। ଶୁକ୍ରବାରର ଫାଇନାଲରେ ଜଗା ୟୁନାଇଟେଡ୍ ଓ ଆରବିଆଇ ଭୁବନେଶ୍ବର ମୁହାଁମୁହିଁ ହେବେ। ଗୁରୁବାରର ଏକତରଫା ମ୍ୟାଚ୍‌ରେ ଅନ୍ତର୍ଯ୍ୟମି ମଲ୍ଲିକ ଓ ଅନୁରାଗ ଦାସ ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ। ଭୁବନେଶ୍ବର ଇଲେଭେନ୍‌ର ଏକମାତ୍ର ଗୋଲ୍ କାହ୍ନୁ ମାଝୀ କରିଥିଲେ। ସୁଦୀପ ଦାସ, ରାଜୁ ବାରିକ ଓ ସରୋଜ ମହାରଣା ରେଫରି ଦାୟିତ୍ବ ତୁଲାଇଥିଲେ। କୃଷ୍ଣ ଚନ୍ଦ୍ର ସାମନ୍ତରାୟ, ନୀଳାଦ୍ରି ସ୍ବାଇଁ, ଚିତ୍ତ ରଞ୍ଜନ ବିଶ୍ବାଳ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର