ନୂଆଦିଲ୍ଲୀ: ଦ୍ୱୈତ ସ୍ୱାର୍ଥକୁ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଅଭିନବ ବିନ୍ଦ୍ରା ଦୁଇଟି ପଦରୁ ଇସ୍ତଫା ଦେଇଛନ୍ତି। ସେ ଜାତୀୟ ବନ୍ଧୁକଚାଳନା ପର୍ଯ୍ୟବେକ୍ଷକ ସାଙ୍ଗକୁ ଟିଓପି (ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍)ର ଅଧ୍ୟକ୍ଷ ପଦ ଛାଡ଼ି ଦେଇଛନ୍ତି। ସେ ନିଜେ ଏକ ଘରୋଇ ପ୍ରକଳ୍ପ ସଂ ସଂପୃକ୍ତ ଥିବାରୁ ଉପରୋକ୍ତ ଦୁଇ ପଦରୁ ତାଙ୍କୁ ଛାଡ଼ କରିବାକୁ ବିନ୍ଦ୍ରା କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରୋଠୋରଙ୍କୁ ପତ୍ର ଦ୍ୱାରା ଅନୁରୋଧ କରିଛନ୍ତି। ଫଳରେ ଅଲିମ୍ପିକ୍ ପଦକ ବିଜୟିନୀ ଏମ୍ସି ମେରି କମ୍ ଓ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ପରେ ବିନ୍ଦ୍ରା ତୃତୀୟ କ୍ରୀଡ଼ାବିତ୍ ଭାବେ ଜାତୀୟ ପର୍ଯ୍ୟବେକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି।
ବିନ୍ଦ୍ରା ପର୍ଯ୍ୟବେକ୍ଷକ ଓ ଟିଓପି ପଦ ଛାଡ଼ିଲେ
/sambad/media/post_attachments/wp-content/uploads/2017/12/3-bindra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)