ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ା ଜଗତର ଦୁଇ ଗୋଲଡେନ୍ ବୟ ଅଭିନବ ବିନ୍ଦ୍ରା ଏବଂ ନୀରଜ ଚୋପ୍ରାଙ୍କର ମହାମିଳନ ବୁଧବାର ହୋଇଥିଲା। ଏହି ଅବସରରେ ନୀରଜଙ୍କୁ ବିନ୍ଦ୍ରା ନିଆରା ଉପହାର ଆକାରରେ ଏକ କୁକୁର ଛୁଆ ଦେଇଥିଲେ। ଯାହାର ନାଁ ‘ଟୋକିଓ’ ରଖିଥିଲେ ସେ। ଏହି କୁକୁର ଛୁଆଟି ନୀରଜଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସରେ ଆହୁରି ଭଲ କରିବା ଲାଗି ଅନୁପ୍ରେରିତ କରିବ ବୋଲି ବିନ୍ଦ୍ରା ଏହି ଅବସରରେ ଆଶାପ୍ରକାଶ କରିଥିଲେ। ନୀରଜଙ୍କ ସହ ମହାମିଳନର ଫଟୋକୁ ଟ୍ବିଟ୍ କରି ବିନ୍ଦ୍ରା ଲେଖିଥିଲେ ଯେ ଭାରତର ସ୍ବର୍ଣ୍ଣିମ ମଣିଷ ନୀରଜ ଚୋପ୍ରାଙ୍କ ସହ ଭେଟିବା ଏବଂ ତାଙ୍କ ସହ କଥା ହେବା ମୋତେ ଢେର ଆନନ୍ଦ ଦେଇଥିଲା। ମୁଁ ଆଶା କରୁଛି ଟୋକିଓ ତୁମକୁ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ନୂଆ କିର୍ତ୍ତିମାନ ସ୍ଥାପନ କରିବା ଲାଗି ଅନୁପ୍ରେରିତ କରିବ। ସୂଚନାଯୋଗ୍ୟ ଯେ ଅଭିନବ ହେଉଛନ୍ତି ଅଲିମ୍ପିକ୍ସରେ ଭାରତର ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ବିଜେତା। ୨୦୦୮ ବେଜିଂ ଅଲିମ୍ପିକ୍ସରେ ସେ ଏହି ଐତିହାସିକ ସଫଳତା ଲାଭ କରିଥିଲେ। ଅନ୍ୟପକ୍ଷରେ ନୀରଜ ହେଉଛନ୍ତି ଆଥଲେଟିକ୍ସରୁ ଭାରତର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା।
ନୀରଜଙ୍କୁ ବିନ୍ଦ୍ରାଙ୍କ ‘ଟୋକିଓ’ ଉପହାର
/sambad/media/post_attachments/wp-content/uploads/2021/09/fs4h564sf65h4sf65h564s65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)