କଟକ: ଜୟପୁରଠାରେ ଚାଲିଥିବା ୧୯ ବର୍ଷରୁ କମ୍ ବିନୁ ମଙ୍କଡ଼ ଟ୍ରଫିରେ ଓଡ଼ିଶା ପୁଣି ପରାସ୍ତ ହୋଇଛି। ମଙ୍ଗଳବାର କେରଳ ୧୪ ରନ୍ରେ ଓଡ଼ିଶାକୁ ହରାଇଥିଲା। ଏହା ହେଉଛି ଓଡ଼ିଶାର ଦ୍ବିତୀୟ ପରାଜୟ। ଓଡ଼ିଶା ପାଇଁ ବିନୀତ ମହାନ୍ତି ୨, ଶେଖର ମାଝୀ, ପ୍ରୀତମ ଜେନା, ସୋମେନ୍ ଚାନ୍ଦ, ରଘୁନାଥ ମଲ୍ଲ, ସ୍ବସ୍ତିକ ସାମଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ଵିକେଟ୍ ପାଇଥିଲେ। ୨୨୫ ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଓଡ଼ିଶା ଧିମା ଆରମ୍ଭ କରିଥିଲା। ଦୁଇ ପ୍ରାରମ୍ଭିକ ଖେଳାଳି କୁନାଲ ମଲ୍ଲିକ (୨୦) ଓ ସ୍ବସ୍ତିକ ସାମଲ (୨୫) ଆଉଟ ହେବା ପରେ ଓଡ଼ିଶାର ସ୍ଥିତି ଖରାପ ହୋଇଯାଇଥିଲା। ୫୩ ରନ୍ ଭିତରେ ପ୍ରଥମ ୪ ଵିକେଟ ଚାଲିଯିବାରୁ ମଧ୍ୟକ୍ରମରେ ଶୁଭମ୍ ଶତ୍ରୁଜିତ ଓ ବିନୀତ ମହାନ୍ତି ଦଳକୁ ସମ୍ଭାଳିଥିଲେ। ବିନୀତ ୨୪ ରନ୍ରେ ଆଉଟ ହୋଇଯିବାରୁ ପୁଣି ଥରେ ଓଡ଼ିଶା ସଙ୍କଟରେ ପଡ଼ିଥିଲା। ଶୁଭମ୍ ଅର୍ଧଶତକ ଅର୍ଜନ କରିବା ସହ ଶେଷ ପର୍ଯ୍ୟନ୍ତ ସ˚ଘର୍ଷ ଜାରି ରଖିଥିଲେ। ତଥାପି ସେ ଶତକଠୁ ମାତ୍ର ୪ରନ୍ ଦୂରରେ ଆଉଟ ହୋଇଯିବାରୁ ଓଡ଼ିଶାର ସବୁ ଆଶା ମଉଳି ଯାଇଥିଲା। ଅନ୍ତିମ ଓଭରରେ ଓଡ଼ିଶା ସମସ୍ତ ଵିକେଟ ବିନିମୟରେ ୨୧୦ ରନ୍ କରିଥିଲା।
ବିନୁମଙ୍କଡ଼ ଟ୍ରଫିରେ ଓଡ଼ିଶା ପରାସ୍ତ
/sambad/media/post_attachments/wp-content/uploads/2018/10/crick-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)