ବିନୁ ମଙ୍କଡ଼ ଟ୍ରଫି: ଓଡ଼ିଶାର ପ୍ରଥମ ବିଜୟ

କଟକ: ପ୍ରଥମ ମ୍ୟାଚ୍‌ରେ ହାରିବା ପରେ ଜୟପୁରରେ ଚାଲିଥିବା ବିନୁ ମଙ୍କଡ଼ ଟ୍ରଫିରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ସୋମବାର ଓଡ଼ିଶା ୭ ଵିକେଟରେ ସୌରାଷ୍ଟ୍ରକୁ ହରାଇଛି। ସୌରାଷ୍ଟ୍ର ୪୫ ଓଭରରେ ସମସ୍ତ ଵିକେଟ ହରାଇ ୧୩୨ ରନ୍‌ କରିଥିଲା। ରିଷି ପଟେଲ ସର୍ବାଧିକ ୩୬ ରନ୍‌ କରିଥିଲାବେଳେ ଓଡ଼ିଶା ପାଇଁ ସ୍ବସ୍ତିକ ସାମଲ ୩, ଶେଖର ମାଝୀ, ପ୍ରୀତମ ଜେନା ଓ ସୋମେନ ଚାନ୍ଦ ପ୍ରତ୍ୟେକ ଦୁଇଟି ଲେଖାଏଁ ଵିକେଟ ପାଇଥିଲେ। ୧୩୩ ରନ୍‌ର ଲକ୍ଷ୍ୟକୁ ଓଡ଼ିଶା ୩୨.୨ ଓଭରରେ ୩ ଵିକେଟ ହରାଇ ହାସଲ କରି ନେଇଥିଲା। ସ୍ବସ୍ତିକ ସାମଲ ୨୩, ଆକାଶ ଚନ୍ଦ୍ର ନାୟକ ୬, କୁନାଲ ମଲ୍ଲିକ ୭ ରନ୍‌ରେ ଆଉଟ ହୋଇଥିଲାବେଳେ ଅଧିନାୟକ ରଘୁନାଥ ମଲ୍ଲ ଅପରାଜିତ ୬୧, ଜ୍ୟୋତି ର˚ଜନ ବେହେରା ଅପରାଜିତ ୨୬ ରନ୍‌ ସହାୟତାରେ ଓଡ଼ିଶା ପ୍ରତିଯୋଗିତାରେ ପ୍ରଥମ ବିଜୟ ପାଇଥିଲା। ମଙ୍ଗଳବାର ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ କେରଳକୁ ଭେଟିବ।

ସମ୍ବନ୍ଧିତ ଖବର