ଭୁବନେଶ୍ବର: ଜୟପୁରଠାରେ ଚାଲିଥିବା ବିନୁ ମଙ୍କଡ଼ ଟ୍ରଫି ୧୯ ବର୍ଷରୁ କମ୍ ଦିିନିକିଆ କ୍ରିକେଟ୍ରେ ଓଡ଼ିଶାର ପରାଜୟ ଧାରା ଜାରି ରହିଛି। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ସ୍ବସ୍ତିକ ସାମଲ (୧୨୨, ୧୨୮ ବଲ, ୧୯ ଚୌକା, ୧ ଛକା) ଆକର୍ଷଣୀୟ ଶତକ ହାସଲ କରିଥିଲେ ମଧ୍ୟ ସୋମବାର ଓଡ଼ିଶାକୁ ଜମ୍ମୁ କଶ୍ମୀର ୮୫ ରନ୍ରେ ହରାଇ ଦେଇଥିଲା। ଓଡ଼ିଶା ପାଳିର ଶୀର୍ଷକ୍ରମରେ ୪ ଜଣ ଖାତା ଖୋଲି ପାରିନଥିଲେ। ନୀତିଶ ସାମନ୍ତରାୟ (୪୦, ୩୬ ବଲ, ୬ ଚୌକା, ୧ ଛକା) କିନ୍ତୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଜମ୍ମୁର ୨୭୬ ରନ୍ ଜବାବରେ ଓଡ଼ିଶା ୧୯୧ ରନ୍ କରିଥିଲା।
ସଂକ୍ଷିପ୍ତ ସ୍କୋର: ଜମ୍ମୁ ଓ କଶ୍ମୀର ୫୦ ଓଭରରେ ୨୭୬/୬ (କମରାନ ଇକବାଲ-୧୦୭, ଜିୟାଦ ନାଜିର ମାଗରେ-୭୨, ସୁମନ କୁମାର ଦାସ-୩/୩୭, ଶିବାଶିଷ ସାହୁ-୧/୩୨, ପ୍ରୀତମ ଜେନା-୧/୪୧, ନୀତୀଶ ସାମନ୍ତରାୟ-୧/୫୫)। ଓଡ଼ିଶା ୩୯.୨ ଓଭରରେ ୧୯୧ (ସ୍ବସ୍ତିକ ସାମଲ-୧୨୨, ନୀତିଶ ସାମନ୍ତରାୟ-୪୦, ଅବଦୁଲ ସମଦ-୫/୨୨, େତୖଜିନ ୟୁନିସ ତକ-୪/୨୦)।
ବିନୁ ମଙ୍କଡ଼ ଟ୍ରଫି: ସ୍ବସ୍ତିକଙ୍କ ଶତକ ସେତ୍ତ୍ବ ଓଡ଼ିଶା ପରାସ୍ତ
/sambad/media/post_attachments/wp-content/uploads/2018/10/13-Swastik-Samal.jpg)