ଭୁବନେଶ୍ବର : ବିନୁମଙ୍କଡ଼ ଟ୍ରଫିରେ ସୋମବାର ଓଡ଼ିଶା ଓ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବିନାକୌଣସି ଫଳାଫଳରେ ଶେଷ ହୋଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଓଡ଼ିଶା ବ୍ୟାଟିଂ ଆରମ୍ଭ କରି ୩୭.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୯ ରନ୍ ସଂଗ୍ରହ କରିଥିଲା। ପି.ଶଶାଙ୍କ ୪୭ ଓ ଏସ୍. ଇଝାରୁଦ୍ଦିନ୍ ୩୫ ରନ୍ ଦଳୀୟ ସ୍କୋରରେ ଯୋଡ଼ିଥିଲା ବେଳେ ପ୍ରତିପକ୍ଷର ସଲାଉଦିନ୍ ୩, ଏ. ମଲ୍ଲିକ ୨, ହିମାଂଶୁ ନେହେରା ୨ ୱିକେଟ୍ ନେଇଥିଲେ।
ବର୍ଷା ଯୋଗୁଁ ରାଜସ୍ଥାନ ସମ୍ମୁଖରେ ପରିବର୍ତ୍ତିତ ଲକ୍ଷ୍ୟ ୮୮ ରନ୍ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଦଳ ୮.୪ ଓଭରରେ ୨ ୱିକେଟ୍ ହରାଇ ୬୫ ରନ୍ କରିଥିଲାବେଳେ ପୁଣି ବର୍ଷା ହେବାରୁ ଖେଳକୁ ବନ୍ଦ ରଖାଯାଇଥିଲା। ଆଉ ଖେଳ ହେବା ସମ୍ଭବ ନହେବାରୁ ମ୍ୟାଚ୍ର ଫଳାଫଳ ଘୋଷଣା କରାଯାଇନଥିଲା। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍ ୧୨ ତାରିଖରେ ତ୍ରିୁପରା ବିପକ୍ଷରେ ଖେଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/cricket-1.jpg)