କଟକ: ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ପ୍ରୋ ଟି-୨୦ ଲିଗ୍‌ (ଓପିଟିଏଲ୍‌)ରେ ମଙ୍ଗଳବାର ପ୍ରଥମ ମ୍ୟାଚ୍‌ରେ କଟକ ପାନ୍ଥର୍ସ ୫ ୱିକେଟ୍‌ରେ କେନ୍ଦୁଝର ମାଇନର୍ସକୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଲିଗ୍‌ରେ କଟକ ପାନ୍ଥର୍ସ ୫ ମ୍ୟାଚ୍‌ରୁ ୩ ବିଜୟୀ, ଗୋଟିଏ ଲେଖାଏଁ ପରାଜୟ ଓ ବାତିଲ ମ୍ୟାଚ୍‌ରୁ ୧୪ ପଏଣ୍ଟ ପାଇଁ ଶୀର୍ଷ ସ୍ଥାନରେ ରହିଛି। 

Advertisment

ମଙ୍ଗଳବାର ଟସ୍ ହାରି ବ୍ୟାଟିଂ କରିଥିବା କେନ୍ଦୁଝର ମାଇନର୍ସ ସମସ୍ତ ୱିକେଟ୍‌ ହରାଇ ୧୨୭ ରନ୍‌ କରିଥିଲା। ଅନୀଲ ପରିଡ଼ା ୩୬ ଓ ଓମ୍‌ ଟି ମୁଣ୍ଡେ ୨୮ ରନ୍‌ କରିଥିଲା ବେଳେ ବିପ୍ଳବ ସାମନ୍ତରାୟ ୪-୦-୧୮-୫ ବୋଲିଂ ସଫଳତା ପାଇଥିଲେ। ଜବାବରେ କଟକ ପାନ୍ଥର୍ସ ୨୬ ରନରେ ପ୍ରଥମ ତିନି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ଅଲ୍‌ରାଉଣ୍ଡର ବିପ୍ଳବ ୩୪ ବଲରୁ ୪୩ ରନ ଓ ସୌରଭ ଗୌଡ଼ ୩୯ ବଲରୁ ୫୬* ରନ୍‌ କରି ଦଳକୁ ୯ ବଲ୍‌ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ମାଇନର୍ସ ପକ୍ଷରୁ ପପୁ ରାୟ ୩ ୱିକେଟ୍‌ ଅକ୍ତିଆର କରିଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ କଟକ ପାନ୍ଥର୍ସର ବିପ୍ଳବ ସାମନ୍ତରାୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବର୍ଷା ଯୋଗୁଁ ପୁରୀ ଟାଇଟନ୍ସ ଓ ଭୁବନେଶ୍ବର ଟାଇଗର୍ସ ମ୍ୟାଚ୍‌ ବାତିଲ ହୋଇଛି।