ବିର୍ମିଂହାମ୍: ଇଂଲଣ୍ଡର ବିର୍ମିଂହାମ୍ ସହରକୁ ଆଗାମୀ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଅଧିକାର ମିଳିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘର ସଭାପତି ଲୁଇସେ ମାର୍ଟିନ୍ ଗୁରୁବାର ଏହି ବିଷୟରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଗତ ସେପ୍ଟେମ୍ବରରେ ଲିଭରପୁଲ୍କୁ ପଛରେ ପକାଇ ବିର୍ମିଂହାମ୍ ବ୍ରିଟେନ୍ ପକ୍ଷରୁ ମନୋନୀତ ହୋଇଥିଲା। ଏହି ପ୍ରତିଯୋଗିତାର ପାଖାପାଖି ୯୫ ପ୍ରତିଶତ କ୍ରୀଡ଼ା ଆଲେକ୍ସଜାଣ୍ଡର ଷ୍ଟାଡିୟମରେ ଆୟୋଜିତ ହେବ। ନୂଆକରି ନିର୍ମିତ ସାଣ୍ଡ୍େଓ୍ଵଲ୍ ସନ୍ତରଣାଗାରରେ ସନ୍ତରଣ ଏବଂ ଡାଇଭିଙ୍ଗ୍ ଅନୁଷ୍ଠିତ ହେବ। ସିଟି ସେଣ୍ଟର ଭିକ୍ଟୋରିଆ ସ୍କୋୟାରରେ ୩x୩ ବାସ୍କେଟ୍ ବଲ୍ ଏବଂ ହ୍ଵିଲ୍ ଚେୟାର ବାସ୍କେଟ୍ବଲ୍ ମ୍ୟାଚ୍ ଖେଳଯିବ। ଏହା ପୂର୍ବରୁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ୍ସ୍ଥିତ ଗୋଲ୍ଡକୋଷ୍ଟ୍ଠାରେ ଅପ୍ରେଲ୍ ୪ରୁ ଆରମ୍ଭ ହେବ।
ବିର୍ମିଂହାମ୍ରେ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା
/sambad/media/post_attachments/wp-content/uploads/2017/12/4-2022-commonwealth-games-logo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)