ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରି ସାରିଥିଲେ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ରାଣ୍ଡ୍ ଭ୍ୟାଲ୍ୟୁ ପୂର୍ବ ଭଳି ଅପରିବର୍ତ୍ତିତ ରହିଛି। ବିଜ୍ଞାପନ ଦୁନିଆରେ ଏବେ ବି ତାଙ୍କର ଢେର ଚାହିଦା ରହିଛି। ଧୋନି ଏବେ ଝିଅ ଜିଭା ସହ ଏକ ବିଜ୍ଞାପନରେ ଅଭିନୟ କରିବାକୁ ଯାଉଛନ୍ତି। ଯାହା ତାଙ୍କ ବ୍ରାଣ୍ଡ୍ ଭ୍ୟାଲ୍ୟୁକୁ ଆହୁରି ବଢ଼ାଇ ଦେବାର ସମ୍ଭାବନା ରହିଛି। ବିରାଟ ସମ୍ଭାବନା ଥିବା ବିଶାଳ ଓ ରଙ୍ଗ ବେରଙ୍ଗ ବିଜ୍ଞାପନ ଅଭିନୟ ଜଗତରେ ଖୁବଶୀଘ୍ର ଧୋନିଙ୍କ ୬ ବର୍ଷୀୟା ଝିଅ ଜିଭା ଧୋନି ପାଦ ଥାପିବେ। ବାପ-ଝିଅ ଧୋନି ଏବଂ ଜିଭାଙ୍କୁ ଖୁବଶୀଘ୍ର ଏକ ଆମେରିକୀୟ ବହୁ ରାଷ୍ଟ୍ରୀୟ କଂପାନିର ଲୋକପ୍ରିୟ ବ୍ରାଣ୍ଡର ପ୍ରଚାର କରୁଥିବା ଟେଲିଭିଜନ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଦେଖିବାକୁ ମିଳିବ। ମଣ୍ଡେଲେଜ୍ ନାମକ ଏହି କଂପାନି ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଏହି ଖବର ଦେବା ସହ ଦେଖନ୍ତୁ ଅଭିନୟ ପଡ଼ିଆରେ କିଏ ପାଦ ଥାପୁଛି ବୋଲି ଲେଖିଛି। କଂପାନି ମଧ୍ୟ ଜିଭା ଓ ଧୋନି ସେହି ବ୍ରାଣ୍ଡ୍ର ବିସ୍କୁଟକୁ ଉପଭୋଗ କରୁଥିବାର ଏକ ଭିଡିଓ ପ୍ରକାଶ କରିଛି।
ବିସ୍କୁଟ ବିଜ୍ଞାପନରେ ଜିଭା-ମାହି
/sambad/media/post_attachments/wp-content/uploads/2021/01/fh5f45h6fs4fsh456fshffhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)