ରାଜସ୍ଥାନ ଛାଡ଼ି ଗୁଜରାଟରେ ବିଷ୍ଣୋଇ

ଜୟପୁର: ଭାରତୀୟ ଯୁବ ଲେଗ୍ ସ୍ପିନର ରବି ବିଷ୍ଣୋଇ ଆଗାମୀ ଘରୋଇ ଋତୁ ପୂର୍ବରୁ ଦଳ ବଦଳ କରିଛନ୍ତି। ଆସନ୍ତା ଋତୁରେ ସେ ନିଜ ରାଜ୍ୟ ରାଜସ୍ଥାନ ବଦଳରେ ଗୁଜରାଟ ତରଫରୁ ଘରୋଇ କ୍ରିକେଟ୍‌ ଖେଳିବେ। ଏ ସଂକ୍ରାନ୍ତରେ ବିଷ୍ଣୋଇ ଇନ୍‌ଷ୍ଟାଗ୍ରାମ୍‌ରେ ଘୋଷଣା କରିଥିଲା ବେଳେ ଗୁଜରାଟ କ୍ରିକେଟ୍‌ ସଂଘ (ଜିସିଏ)ର ଅଭ୍ୟାସ୍‌ କିଟ୍‌ ପରିଧାନ କରିଥିବା ଫଟୋ ପୋଷ୍ଟ କରିଥିଲେ। ଏହି ଯୁବ ସ୍ପିନର ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ। ଏହାବାଦ୍‌ ଗତବର୍ଷର ଏସିଆ କପ୍‌ ଦଳରେ ମଧ୍ୟ ସେ ସ୍ଥାନ ପାଇଥିଲେ। ଭାରତ ପାଇଁ ବିଷ୍ଣୋଇ ୧୦ ଟ୍ବେଣ୍ଟି-୨୦ ଓ ଏକମାତ୍ର ଦିନିକିଆ ଖେଳିଛନ୍ତି। ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ପାଇଁ ସେ ୧୬ ୱିକେଟ୍‌ ଅକ୍ତିଆର କରିଥିଲେ। ଗତ ଋତୁରେ ସେ ରାଜସ୍ଥାନ ପାଇଁ ମାତ୍ର ଗୋଟିଏ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିଥିଲେ।

ସମ୍ବନ୍ଧିତ ଖବର