କିଟ୍‌ରେ ଖେଳାଯିବ ଭିଜି ଟ୍ରଫି

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ଲାଗି ବିଶ୍ୱବିଦ୍ୟାଳୟସ୍ତରୀୟ ଭିଜି ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତା କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଆୟୋଜିତ ହେବ। ଏହି ପ୍ରତିିଯୋଗିତା ମାର୍ଚ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିଲାଗି ପୂର୍ବାଞ୍ଚଳ ଦଳରେ ଓଡ଼ିଶାରୁ ୫ ଜଣଙ୍କୁ ସ୍ଥାନ ମିଳିଛି। କିଟ୍‌ରୁ ଏକମାତ୍ର ଲୋହିତ ମହାନ୍ତି ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ୪ ଜଣ ରାଜେଶ ଧୂପର, ପ୍ରତୀକ ଅନୁରାଗ ଦାସ, ପ୍ରଭୁ ପ୍ରସାଦ ସାମନ୍ତରାୟ ଓ କାର୍ତ୍ତିକ ବିଶ୍ୱାଳ ଏହି ଦଳରେ ସାମିଲ ହୋଇଛନ୍ତି। ଖେଳାଳିଙ୍କ ବାଦ୍‌ ଅଧିକାରୀ ଭାବେ କିଟ୍‌ର କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ପ୍ରବନ୍ଧକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ତାରିଣୀ ପ୍ରସାଦ ଦାଶ ଦଳର ପ୍ରଶିକ୍ଷକ ରହିଛନ୍ତି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଖେଳାଳି, ପ୍ରବନ୍ଧକ ଓ ପ୍ରଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇଛ

ସମ୍ବନ୍ଧିତ ଖବର