ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଜୀବନ ପ୍ରତି ବିପଦ ରହିଛି। ଗୌତମଙ୍କୁ ହତ୍ୟା ଧମକ ମିଳିଛି। ଏକ ଅନ୍ତର୍ଜାତୀୟ ନମ୍ବରରୁ ଗୌତମଙ୍କ ପାଖକୁ ଫୋନ୍ ଆସିଥିଲା। କେହି ଜଣେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ଧମକ ଦେଇଛି ବୋଲି ଗୌତମ ଦିଲ୍ଲୀ ପୁଲିସରେ ଅଭିଯୋଗ କରିଛନ୍ତି। ଦିଲ୍ଲୀ ପୁଲିସ ଏହି ମାମଲାରେ ଏତଲା ରୁଜୁ କରିବାପାଇଁ ଗୌତମ କହିବା ସହ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ସୁରକ୍ଷା ଦାବି କରିଛନ୍ତି। ପୁଲିସ କମିସନଙ୍କର ନିକଟକୁ ଡିସେମ୍ବର ୨୦ ତାରିଖରେ ଏକ ଚିଠି ଲେଖି ଗୌତମ କହିଛନ୍ତି, ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ଧମକ ମିଳିଛି। ଏହି ମାମଲାରେ ଏଫ୍ଆଇ ରୁଜୁ କରିବାପାଇଁ ସେ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ସିଏଏକୁ ବିରୋଧ କରି ଆନ୍ଦୋଳନ କରିଥିବା ଜେଏମ୍ଆଇ ଛାତ୍ରଙ୍କ ଉପରେହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନକୁ ଗୌତମ ସମର୍ଥନ କରିବା ପରେ ତାଙ୍କୁ ହତ୍ୟା ଧମକ ମିଳିଛି।
ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ
/sambad/media/post_attachments/wp-content/uploads/2019/05/Gautam-Gambhir-770x433-1-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)