ଭୁବନେଶ୍ବର: ରାଜ୍ୟ ଦୃଷ୍ଟିହୀନ କ୍ରିକେଟ୍ ଦଳର ସଫଳ ପ୍ରଶିକ୍ଷକ ଚନ୍ଦ୍ରଶେଖର ପଟ୍ଟନାୟକଙ୍କୁ ମିଳିଛି ବଡ଼ ଦାୟିତ୍ବ। ଗୋଆରେ ଅକ୍ଟୋବର ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ତ୍ରିରାଷ୍ଟ୍ରୀୟ ଦୃଷ୍ଟିହୀନ କ୍ରିକେଟ୍ ଲାଗି ଚନ୍ଦ୍ରଶେଖର ପଟ୍ଟନାୟକଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଦୃଷ୍ଟିହୀନ କ୍ରିକେଟ ସମ୍ପର୍କରେ ଅଭିଜ୍ଞତା ଏବଂ ପ୍ରଶିକ୍ଷକ ଭାବେ ପ୍ରଚୁର ସଫଳତା ଅର୍ଜନ କରିଥିବାରୁ ଚନ୍ଦ୍ରଶେଖରଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି ବୋଲି ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ସଂଘ (କ୍ୟାବି) ପକ୍ଷରୁ ସମ୍ପାଦକ ଡେଭିଡ୍ ଜନ୍ ପ୍ରକାଶ କରିଛନ୍ତି। ଭାରତୀୟ ଦଳ ସମ୍ପ୍ରତି ବେଙ୍ଗାଲୁରୁଠାରେ ଇଂଲଣ୍ଡ ବିପକ୍ଷରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳି ସାରିଥିବାବେଳେ ଅକ୍ଟୋବର ୬ରୁ ୧୩ ପର୍ଯ୍ୟନ୍ତ ବେଲଗାଁଓର ହୁବଲି ଏବଂ ଗୋଆରେ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଖେଳିବ। ଭାରତ, ଇଂଲଣ୍ଡ ସହିତ ଶ୍ରୀଲଙ୍କା ଏଥିରେ ଭାଗନେବେ। ଏଥି ଲାଗି ଘୋଷିତ ଭାରତୀୟ ଦଳରେ ପଙ୍କଜୁ ଭୁଏ ଏକମାତ୍ର ଓଡ଼ିଆ ଭାବେ ଦଳରେ ସ୍ଥାନ ପାଇଛନ୍ତି। ଏହି ତ୍ରିରାଷ୍ଟ୍ରୀୟ ପରେ ଶ୍ରୀଲଙ୍କା ମଧ୍ୟ ଅକ୍ଟୋବର ୧୫ରୁ ୨୫ ପର୍ଯ୍ୟନ୍ତ ଭାରତର ବିଭିନ୍ନ ସହରରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବ। ଏଭଳି ଏକ ବଡ଼ ଦାୟିତ୍ବ ପାଇଥିବାରୁ ଚନ୍ଦ୍ରଶେଖରଙ୍କୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଫର୍ ଭିଜୁଆଲି ଇମ୍ପାୟାର୍ଡର ସଭାପତି ତଥା ଅର୍ନ୍ତଜାତୀୟ ଖେଳାଳି ମହମ୍ମଦ ଜାଫର ଇକ୍ବାଲ୍ ଅଭିନନ୍ଦନ ଜଣାଇଛନ୍ତି। ମୋ ସହିତ ସୁଖରାମ ମାଝୀ, ପଙ୍କଜ ଭୁଏ, ଲିଙ୍ଗରାଜ ରାଉତରାଏ, ନୁକଳ ବଡ଼ନାଏକ ଆଦି ୫ ଜଣ ଅନ୍ତର୍ଜାତୀୟ ଖେଳାଳିଙ୍କ ଖେଳ ଜୀବନ ଶ୍ରୀ ପଟ୍ଟନାୟକଙ୍କ ପ୍ରଶିକ୍ଷଣରେ ସମ୍ଭବ ହୋଇଥିଲା ବୋଲି ଜାଫର କହିଥିଲେ।
ଦୃଷ୍ଟିହୀନ କ୍ରିକେଟ୍ ତ୍ରିରାଷ୍ଟ୍ରୀୟ, ଚନ୍ଦ୍ରଶେଖର ଭାରତ ପ୍ରଶିକ୍ଷକ
/sambad/media/post_attachments/wp-content/uploads/2018/10/111-Pattnaik-Coach.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)