ଭୁବନେଶ୍ୱର: ମୁମ୍ବାଇଠାରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ କ୍ରିକେଟ୍ ପ୍ରତିଯୋଗିତାର ସେମିଫାଇନାଲ୍ରୁ ଓଡ଼ିଶା ବିଦାୟ ନେଇଛି। ଗୁରୁବାର ସେମିଫାଇନାଲ୍ରେ ଓଡ଼ିଶା କଡ଼ା ସଂଘର୍ଷ କରି ୬ ରନ୍ରେ ଆନ୍ଧ୍ର ପ୍ରଦେଶଠୁ ହାରି ଯାଇଛି। ୩୫ ଓଭର ବିଶିଷ୍ଟ ଏହି ମ୍ୟାଚ୍ରେ ଆନ୍ଧ୍ର ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ଗୋଟିଏ ବଲ୍ ପୂର୍ବରୁ ସମସ୍ତ ଓ୍ଵିକେଟ୍ ହରାଇ ୨୫୭ ରନ୍ କରିଥିଲା। ଅଜୟ ରେଡ୍ଡୀ ୧୪୩ ରନ୍ କରିଥିଲେ। ତପନ କୁମାର ଗୌଡ଼ ୩ ଓ୍ଵିକେଟ୍ ନେଇଥିଲେ। ଜବାବରେ ଓଡ଼ିଶା ୮ ଓ୍ଵିକେଟ୍ ହରାଇ ୨୫୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ସୁଖରାମ ମାଝୀ ୬୬, ଲଙ୍ଗରାଜ ରାଉତରା ୩୨, ନକୁଳ ୩୨ ଏବଂ ପଙ୍କଜ ଭୂଏ ୨୫ ରନ୍ କରିଥିଲେ। ଦ୍ୱିତୀୟ ସେମିଫାଇନାଲ୍ରେ ହରିଆଣାକୁ ହରାଇଥିବା ଗୁଜରାଟ ଫାଇନାଲ୍ରେ ଆନ୍ଧ୍ର ପ୍ରଦେଶକୁ ଭେଟିବ।
ଜାତୀୟ ଦୃଷ୍ଟିହୀନ କ୍ରିକେଟ୍ ସେମିରୁ ଓଡ଼ିଶା ବିଦା
/sambad/media/post_attachments/wp-content/uploads/2017/10/odisha-blind-cricket-team-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)