ଦୃଷ୍ଟିହୀନ କ୍ରିକେଟ୍‌ ଓ ମାନସିକ ଅନଗ୍ରସର ଫୁଟ୍‌ବଲ ଉଦ୍‌ଯାପିତ

ଭୁବନେଶ୍ୱର: ହାଇଟେକ୍‌ କଲେଜ ପଡ଼ିଆରେ ଚାଲିଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍‌ ଏବଂ ମାନସିକ ଦୁର୍ବଳ ପୁରୁଷ ୭-ଏ ସାଇଡ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଛି। ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିିଜ୍‌ (ୟୁସିସିଆଇ) ଏବଂ ଲାୟନ୍ସ କ୍ଲବ୍‌ ଇଣ୍ଟରନାସ୍‌ନାଲ୍‌ (ଏଲ୍‌ସିଆଇ)ର ମିଳିତ ସହଯୋଗରେ ସ୍ପେସାଲ୍‌ ଅଲିମ୍ପିକ୍ସ ଭାରତ-ଓଡ଼ିଶା ଏବଂ ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍‌ ସଂଘ (କାବି) ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର କ୍ରିକେଟ୍‌ରେ ଭଦ୍ରକ ଏବଂ ଫୁଟ୍‌ବଲ୍‌ରେ ବରଗଡ଼ ବିଜେତା ହୋଇଛନ୍ତି। କ୍ରିକେଟ୍‌ରେ ମୁନି ପୂର୍ତ୍ତି ଏବଂ ଫୁଟ୍‌ବଲ୍‌ରେ ସଚିନ୍‌ ନାୟକ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର