ଭୁବନେଶ୍ୱର: ଭାରତ ଚଳିତ ଦୃଷ୍ଟିହୀନ କ୍ରିକେଟ୍ ବିଶ୍ୱକପରେ ଫାଇନାଲ୍ରେ ସ୍ଥାନ ପକ୍କା କରିଛି। ଅପରାଜେୟ ଭାରତ ବୁଧବାର ସେମିଫାଇନାଲ୍ରେ ବାଂଲାଦେଶକୁ ୭ ଓ୍ଵିକେଟ୍ରେ ପରାସ୍ତ କରିଛି। ଭାରତ ୨୦ ତାରିଖ ଫାଇନାଲ୍ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ସାରଜାରେ ଭେଟିବ। ୟୁଏଇର ଅଜ୍ମାନସ୍ଥିତ ଏମ୍ସିସି ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲ୍ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୩୮.୫ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୨୫୬ ରନ୍ କରିଥିଲା। ଅବ୍ଦୁଲ ମଲ୍ଲିକ ୧୦୮ ରନ୍ କରିଥିଲେ। ଭାରତ ପକ୍ଷରୁ ଦୁର୍ଗା ରାଓ ୩ ଏବଂ ଦୀପକ ମଲ୍ଲିକ ୨ ଓ୍ଵିକେଟ୍ ନେଇଥିଲେ। ଜବାବରେ ଭାରତ ଗଣେଶ ଭାଇ ମୁହୁଦକର (୧୧୨ ରନ୍, ୬୯ ବଲ୍)ଙ୍କ ଶତକ ଏବଂ ଦୀପକ ମଲ୍ଲିକ (୫୩ ରନ୍, ୪୩ ବଲ୍)ଙ୍କ ଅର୍ଧଶତକ ସାଙ୍ଗକୁ ନରେଶଙ୍କ ୪୦ ରନ୍ (୧୮ ବଲ୍) ସହାୟତାରେ ମାତ୍ର ୩ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା। ମୁହୁଦକର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଦୃଷ୍ଟିହୀନ କ୍ରିକେଟ୍ ବିଶ୍ୱକପ୍: ଫାଇନାଲ୍ରେ ଭାରତ
/sambad/media/post_attachments/wp-content/uploads/2018/01/Indian-blind-cricklet-team.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)