ଦୃଷ୍ଟିହୀନ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଜିତିଲା ଓଡ଼ିଶା

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ସହ ପ୍ରଥମ ଥର ଲାଗି ଆୟୋଜିତ ଦୃଷ୍ଟିହୀନ ଟେ୍ଵଣ୍ଟି-୨୦ ଦ୍ୱିପାକ୍ଷିକ କ୍ରିକେଟ୍‌ ଶୃଙ୍ଖଳାକୁ ଓଡ଼ିଶା ୨-୧ରେ ଜିତି ନେଇଛି। ପ୍ରଥମ ମ୍ୟାଚ୍‌କୁ ୩୫ ରନ୍‌ରେ ଜିତିଥିବା ଓଡ଼ିଶା ଦ୍ୱିତୀୟ ମ୍ୟାଚ୍‌କୁ ୬ ଓ୍ଵିକେଟ୍‌ରେ ହାରି ଯାଇଥିଲା। ହେଲେ ରବିବାର ଅନୁଷ୍ଠିତ ତୃତୀୟ ତଥା ଶେଷ ମ୍ୟାଚ୍‌କୁ ୫୧ ରନ୍‌ରେ ଜିତି ଓଡ଼ିଶା ଟ୍ରଫି କରାୟତ କରିଥିଲା। ଅଧିନାୟକ ମହମ୍ମଦ ଜାଫର (୫୩)ଙ୍କ ଅର୍ଧଶତକ ସାଙ୍ଗକୁ ନକୁଳ ବଡ଼ନାୟକଙ୍କ ୪୭ ଓ ପଙ୍କଜ ଭୁଏଙ୍କ ୪୪ ରନ୍‌ ରନ୍‌ ବଳରେ ଓଡ଼ିଶା ୬ ଓ୍ଵିକେଟ୍‌ ହରାଇ ୨୦୪ ରନ୍‌ କରିଥିଲା। ଜବାବରେ ଆନ୍ଧ୍ରପ୍ରଦେଶ ୭ ଓ୍ଵିକେଟ୍‌ ହରାଇ ୧୫୩ ରନ୍‌ କରିପାରିଥିଲା। ଓଡ଼ିଶା ପକ୍ଷରୁ ସୁଖରାମ ମାଝୀ ୨ ଏବଂ ତପନ ଗୌଡ଼, ଜାଫର ଇକ୍‌ବଲ୍‌ ଓ ଲିଙ୍ଗରାଜ ରାଉତରା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜାଫର ଇକ୍‌ବାଲ୍‌ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଏବଂ ସୁଖରାମ ମାଝୀ ପ୍ରତିଯୋଗିତାର ଶ୍ରେଷ୍ଠ ବୋଲର ଓ ଆନ୍ଧ୍ର ପ୍ରଦେଶର ଟି ଦୁର୍ଗା ରାଓ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର