କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦୃଷ୍ଟିହୀନ ଦ୍ୱିପାକ୍ଷିକ ଟେ୍ଵଣ୍ଟି-୨୦ କ୍ରିକେଟ୍ ଶୃଙ୍ଖଳାକୁ ଭାରତ ୪-୧ରେ ଜିତିନେଇଛି। ପ୍ରଥମ ଦୁଇ ମ୍ୟାଚ୍କୁ ଭାରତ ଜିତିଥିଲା ବେଳେ ତୃତୀୟ ମୁକାବିଲାରେ ୯ ରନ୍ରେ ହାରିଯାଇଥିଲା। ତେବେ ମଙ୍ଗଳବାର ଖେଳାଯାଇଥିବା ଦୁଇଟି ମ୍ୟାଚ୍କୁ ଜିତି ଭାରତ ଶୃଙ୍ଖଳା କବ୍ଜା କରିନେଇଥିଲା। ମଙ୍ଗଳବାର ଚତୁର୍ଥ ମ୍ୟାଚ୍ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୧୪୨ ରନ୍ କରିଥିଲା। ଭାରତକୁ ୭ ରନ୍ର ଦଣ୍ଡ ସହ ୧୪୯ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। ଅଜୟ ରେଡ୍ଡୀ ଏବଂ ଦୁର୍ଗା ରାଓଙ୍କ ୭୦ ରନ୍ର ଭାଗୀଦାରି ବଳରେ ଭାରତ ୧୫.୪ ଓଭରରେ ମ୍ୟାଚ୍ ଜିତି ୩-୧ରେ ଆଗୁଆ ହୋଇଥିଲା। ପଞ୍ଚମ ମ୍ୟାଚ୍ରେ ଟସ୍ ହାରି ବ୍ୟାଟିଂ କରିଥିବା ଘରୋଇ ଦଳ ୧୯୦ ରନ୍ କରିଥିଲା। ଜବାବରେ ଭାରତ ସୁନିଲ ରମେଶଙ୍କ ଶତକ ବଳରେ କୌଣସି ଓ୍ଵିକେଟ୍ ନହରାଇ ୪ ଓଭର ପୂର୍ବରୁ ମ୍ୟାଚ୍ ଜିତି ନେଇଥିଲା। ଏଥି ସହିତ ମଧ୍ୟ ଶୃଙ୍ଖଳାକୁ ୪-୧ରେ ହାତେଇଥିଲା। ବିଭିନ୍ନ ବର୍ଗରେ ସୁନିଲ ରମେଶ (ବି୩), ଅଜୟ ରେଡ୍ଡୀ (ବି୨)ଏବଂ ଅଜିତ ସିଲ୍ଭା (ବି୧) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅତିଥି ଭାବେ ପୂର୍ବତନ ଶ୍ରୀଲଙ୍କା ଅଧିନାୟକ ତଥା ବନ୍ଦର ଏବଂ ଜାହାଜ ଚଳାଚଳ ମନ୍ତ୍ରୀ ଅର୍ଜୁନ ରଣତୁଙ୍ଗା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।
ଶ୍ରୀଲଙ୍କା ବିପକ୍ଷ ଦୃଷ୍ଟିହୀନ ଟେ୍ଵଣ୍ଟି-୨୦:ଭାରତ ୪-୧ରେ ଶୃଙ୍ଖଳା ଜିତିଲା
/sambad/media/post_attachments/wp-content/uploads/2018/07/13-Blind-Cricket-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)