ଭୁବନେଶ୍ବର: ରାଞ୍ଚିର ମେକନ ଷ୍ଟାଡିୟମରେ ଆୟୋଜିତ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଶୃଙ୍ଖଳାରେ ଓଡ଼ିଶା ୩-୦ରେ ଝାଡ଼ଖଣ୍ଡକୁ ମୂଳପୋଛ କରିଛି। ପ୍ରଥମ ଦୁଇ ମ୍ୟାଚ୍ ଜିତି ୨-୦ରେ ଆଗୁଆ ଥିବା ଓଡ଼ିଶା ଦଳ ଶନିବାର ଖେଳିଥିବା ତୃତୀୟ ତଥା ଶେଷ ମୁକାବିଲାରେ ଘରୋଇ ଝାଡ଼ଖଣ୍ଡକୁ ୮୨ ରନ୍ର ବୃହତ୍ ବ୍ୟବଧାନରେ ପରାସ୍ତ କରିଥିଲା। ଓଡ଼ିଶା ଦଳ ଆଜି ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୪୬ ରନ୍ କରିଥିଲା। ଫୁଲ ସୋରେନ୍ ୪୮ ବଲ୍ରୁ ଅପରାଜିତ ୭୮ ରନ୍ ଓ ମୁନ୍ନୀ ପୂର୍ତ୍ତି ୪୨ (୨୭ ବଲ୍) କରିଥିଲେ। ଏହାର ଜବାବରେ ଝାଡ଼ଖଣ୍ଡ ୪ ୱିକେଟ୍ ବିନିମୟରେ ମାତ୍ର ୧୬୪ ରନ୍ କରି ପାରିଥିଲା। ଫୁଲ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଝାଡ଼ଖଣ୍ଡ ପିଡବ୍ଲ୍ୟୁଡି କମିସନର ସତୀଶ ଚନ୍ଦ୍ର ପୁରସ୍କାର ବିତରଣ କରିଥିଲେ। ଏହି ସଫଳତା ଲାଗି କ୍ୟାଭି ଓଡ଼ିଶାର ସଭାପତି ଜାଫର ଇକବାଲ, ମୁଖ୍ୟ ପରାମର୍ଶଦାତା ପ୍ରକାଶ ରଥ, ଉପସଭାପତି ଅଶୋକ କୁମାର ସାହୁ, ଦଳର ମାର୍ଗଦର୍ଶକ ଅର୍ପିତା ମହାପାତ୍ର ପ୍ରମୁଖ ଓଡ଼ିଶା ଖେଳାଳିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।
ଦୃଷ୍ଟିହୀନ ମହିଳା କ୍ରିକେଟ୍, ଝାଡ଼ଖଣ୍ଡକୁ ୩-୦ରେ ମୂଳପୋଛ କଲା ଓଡ଼ିଶା
/sambad/media/post_attachments/wp-content/uploads/2019/12/g5djhdg4j5dg4j56dg4j56dg4j65dgjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)