ଭୁବନେଶ୍ବର: ସମ୍ଭାବ୍ୟ ଦୃଷ୍ଟିହୀନ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳରେ ଓଡ଼ିଶାରୁ ୩ ଜଣ ଜାଫର ଇକ୍ବାଲ, ନକୁଳ ବଡ଼ନାୟକ ଓ ସୁଖରାମ ମାଝୀଙ୍କୁ ସ୍ଥାନ ମିଳିଛି। ଚଳିତ ବର୍ଷ ଡିସେମ୍ବର ୫ରୁ ଦୃଷ୍ଟିହୀନ ଟ୍ବେଣ୍ଟି-୨୦ ବିଶ୍ବକପ୍ ଭାରତର ବିଭିନ୍ନ ସ୍ଥାନରେ ଖେଳାଯିବ। ଏଥିଲାଗି ଭାରତୀୟ ଦୃଷ୍ଟିହୀନ କ୍ରିକେଟ୍ ସଂଘ (କ୍ୟାବି) ଓ ସାମର୍ଥନାମ ଷ୍ଟ୍ରଷ୍ଟ ପ୍ରସ୍ତୁତ ହେଲାଣି। ବିଶ୍ବକପ୍କୁ ନଜରରେ ରଖି ଭୋପାଳଠାରେ ସେପ୍ଟେମ୍ବର ଓ ଅକ୍ଟୋବର ମଧ୍ୟରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ ହେବ। ଏଥିଲାଗି ‘କ୍ୟାବି’ ମଙ୍ଗଳବାର ୨୯ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷଣା କରିଛି। ବିଶ୍ବକପ୍ରେ ଆୟୋଜକ ଭାରତ ସହ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ନେପାଳ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ବାଂଲାଦେଶ ଅଂଶଗ୍ରହଣ କରିବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp