ଭୁବନେଶ୍ୱର: ଦୁବାଇରେ ଚାଲିଥିବା ଦୃଷ୍ଟିହୀନ କ୍ରିକେଟ୍ ବିଶ୍ୱକପ୍ରେ ଭାରତ ନିଜର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ସହ ପଏଣ୍ଟ ଭାଗ କରିବାକୁ ବାଧ୍ୟ ହୋଇଛି। ବର୍ଷା କାରଣରୁ ଏହି ମ୍ୟାଚ୍ ମାତ୍ର ୩.୨ ଓଭର ବୋଲିଂ ସମ୍ଭବ ହୋଇଥିଲା। ଭାରତୀୟ ଦଳରେ ଓଡ଼ିଶାରୁ ମହମ୍ମଦ ଜାଫର ଇକ୍ବାଲ୍ ଏବଂ ପଙ୍କଜ ଭୁଏ ପ୍ରତିନିଧିତ୍ୱ କରୁଛନ୍ତି। ଅନ୍ୟ ଏକ ମ୍ୟାଚ୍ରେ ପାକିସ୍ତାନ ୯ ଓ୍ଵିକେଟ୍ରେ ବାଂଲାଦେଶକୁ ହରାଇ ଅଭିଯାନ ଆରମ୍ଭ କରିଛି। ବାଂଲାଦେଶ ୪୦ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୭ ରନ୍ କରିଥିଲା। ଜବାବରେ ବଦିର ମୁନୀର (୧୩୦)ଙ୍କ ଶତକ ବଳରେ ପାକିସ୍ତାନ ୧୬ ଓଭରରେ ୧ ଓ୍ଵିକେଟ୍ ହରାଇ ୨୦୮ ରନ୍ ସଂଗ୍ରହ କରି ନେଇଥିଲା।
ଦୃଷ୍ଟିହୀନ ବିଶ୍ୱକପ୍ କ୍ରିକେଟ୍: ଭାରତ-ଅଷ୍ଟ୍ରେଲିଆ ପଏଣ୍ଟ୍ ବାଣ୍ଟିଲେ
/sambad/media/post_attachments/wp-content/uploads/2018/01/cricket-1-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)