କଟକ: ଅଷ୍ଟମ ବାର୍ଷିକ ଭଜକୃଷ୍ଣ ପ୍ରଧାନ ସ୍ମାରକୀ ପଞ୍ଚୁପାଣ୍ଡବ କପ୍ କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି। ଯାଜପୁର ଜିଲ୍ଲା ପାରିପଲେଇ ସ୍ଥିତ ଲାୟନ୍ସ ପଡ଼ିଆଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ପାରାଦୀପର ବ୍ଲୁ ଷ୍ଟାର୍ କ୍ରିକେଟ କ୍ଲବ୍ ୩୯ ରନ୍ରେ ଭଦ୍ରକର ୟୁନାଇଟେଡ୍ କ୍ରିକେଟ କ୍ଲବ୍କୁ ହରାଇ ସେମି ଫାଇନାଲ୍ରେ ପ୍ରବେଶ କରିଛି। ଟସ୍ ହାରି ବ୍ୟାଟିଂ ପାଇଥିବା ବ୍ଲୁ ଷ୍ଟାର୍ ନିର୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୯୭ ରନ୍ କରିଥିଲା। ଜବାବରେ ଭଦ୍ରକ ୧୫୮ ରନ୍ କରିପାରିଥିଲା। ବିଜୟୀ ଦଳର ମୃତ୍ୟୁଞ୍ଜୟ ସ୍ୱାଇଁ ୫୭ ରନ୍ କରିଥିଲା ବେଳେ ଗୋଟିଏ ଓ୍ଵିକେଟ୍ ଅକ୍ତିଆର କରିଥିବାରୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ପ୍ରଭାତ ରଂଜନ ଜେନା ଓ ଆଶୁତୋଷ ପାଣି ମ୍ୟାଚ୍ ପରିଚାଳନା କରିଥିଲେ। ଭରତପୁର ସରପଞ୍ଚ ସରସ୍ୱତୀ ବେହେରା, ସମିତି ସଭ୍ୟା ରଂଜିତ ସାମଲ, ନାଏବ ସରପଞ୍ଚ ଗୁରୁଚରଣ ଘଡେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ପୂର୍ବତନ ସମିତି ସଭ୍ୟ ନିମାଇଁ ଚରଣ ବେହେରା ଶ୍ରେଷ୍ଠ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ।
ପଞ୍ଚୁପାଣ୍ଡବ କପ୍ କ୍ରିକେଟ୍: ସେମିରେ ବ୍ଲୁ ଷ୍ଟାର୍
/sambad/media/post_attachments/wp-content/uploads/2018/02/Panchupandab-Cup-cricket-tournament-day-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)