ବିଏମ୍‌ଡବ୍ଲ୍ୟୁ କିଣିଲେ ପୃଥ୍ବୀ ସ’

ନୂଆଦିଲ୍ଲୀ: ନୂଆ କାର୍‌ କିଣି ପୃଥ୍ବୀ ସ’ ୨୦୨୧ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନର ଉତ୍ସବ ପାଳନ କରିଛନ୍ତି। ନଭେମ୍ବର ୯ ତାରିଖରେ ୨୨ ବର୍ଷରେ ପଦାର୍ପଣ କରିଥିବା ପୃଥ୍ବୀ ସୋମବାର ପ୍ରାୟ ୬୮ ଲକ୍ଷ ଟଙ୍କାର ବିଏମ୍‌ଡବ୍ଲ୍ୟୁ ୬୩୦ଆଇ ଏମ୍‌ ସ୍ପୋର୍ଟ କାର୍‌ କିଣିଛନ୍ତି। କାର୍‌ କିଣିବା ପରେ ଏହା ପାଖରେ ପୃଥ୍ବୀ ଓ ତାଙ୍କ ବାପା ପଙ୍କଜ ସ’ ଠିଆ ହୋଇଥିବାର ଏକ ‌ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରିଛନ୍ତି। ଏହାର ଶିରୋନାମାରେ ପୃଥ୍ବୀ ଲେଖିଛନ୍ତି ଯେ ‘‘ନିମ୍ନସ୍ତରରୁ ଅସି ଆଜି ଏଠାରେ ପହଞ୍ଚିଛୁ!! ପୃଥ୍ବୀ–ମା’କୁ ହରାଇବା ପରେ ପିଲାବେଳ କ‌ଷ୍ଟରେ ବିତାଇଥିଲା; ତାଙ୍କ ବାପା ଏକମାତ୍ର ପୁଅର କ୍ରିକେଟ୍‌ ଆକାଂକ୍ଷାକୁ ପୂରଣ କରିବା ଲାଗି ନିଜ ଚାକିରି ବି ଛାଡ଼ି ଦେଇଥିଲେ।’’ ସୂଚନାଯୋଗ୍ୟ ଯେ ୨୦୨୧ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ଶ୍ରେଷ୍ଠ ପ୍ରଦର୍ଶନକାରୀ ଥିଲେ ପୃଥ୍ବୀ ସ’। ସେ ୧୫ ମ୍ୟାଚ୍‌ ଖେଳି ୧୫୯ ଷ୍ଟ୍ରାଇକ୍‌ରେଟ୍‌ରେ ୪ ଅର୍ଦ୍ଧଶତକ ସୖ ୪୭୯ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର