ବୋର୍ଡ ଏକାଦଶ ବିପକ୍ଷ ପ୍ରଥମ ଟେଷ୍ଟ୍‍:ଦକ୍ଷିଣ ଆଫ୍ରିକା ୩୮୯/୨

ବେଙ୍ଗାଲୁରୁ: ଭାରତ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା ‘ଏ’ ଦଳ ସୋମବାର ସଭାପତି ବୋର୍ଡ ଏକାଦଶ ବିପକ୍ଷ ପ୍ରଥମ ଟେଷ୍ଟ୍‍ରେ ଦୃଢ଼ ବ୍ୟାଟିଂ କରିଛି। ପ୍ରଥମ ଦିନ ଶେଷ ସୁଦ୍ଧା ଏହି ଦଳ ୨ ଓ୍ଵକେଟ୍‌ ହରାଇ ୩୮୯ ରନ୍‌ କରି ବଡ଼ ସ୍କୋର୍‌ ଦିଗରେ ଅଗ୍ରସର ହୋଇଛି। ସାରେଲ୍‌ ଏର୍‌ଓ୍ଵି ୧୧୭ ରନ୍‌ କରି ରିଟାର୍ଡ ହର୍ଟ ହୋଇଥିଲା ବେଳେ ଜୁବାର ହାମ୍‌ଜା (୧୦୪*) ଅପରାଜିତ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପିଟର ମଲାନ୍‌ (୫୧) ଏବଂ ଖାୟା ଜୁଣ୍ଡୋ (୬୭) ଅର୍ଧଶତକ ହାସଲ କରି ଆଉଟ୍‌ ହୋଇଥିଲା ବେଳେ ଭାନ୍‌ ଡି’ଦୁସେନ୍‌ ୩୫* ରନ୍‌ରେ ବ୍ୟାଟିଂ ଜାରି ରଖିଛନ୍ତି। ଭାରତ ପକ୍ଷରୁ ଜଲଜ ସକ୍ସେନା ଓ ଧର୍ମେନ୍ଦ୍ରସିନ୍‌ ଜାଦେଜା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି।

ସମ୍ବନ୍ଧିତ ଖବର