ଅଲିମ୍ପିକ୍ସ ବିଜେତା ବବି ମରୋଙ୍କ ପରଲୋକ

ନ୍ୟୁୟର୍କ : ୧୯୫୬ ମେଲବର୍ନ ଅଲିମ୍ପିକ୍ସର ତିନିଟି ସ୍ବର୍ଣ୍ଣ ପଦକ ବିଜେତା ତଥା ଆମେରିକାର କିଂବଦନ୍ତି ଧାବକ ବବି ମରୋଙ୍କର ଶନିବାର ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ମେଲବର୍ନରେ ମରୋ ୧୦୦ ଓ ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତିବା ସହ ଆମେରିକାର ୪ ଗୁଣା ୧୦୦ ମିଟର ରିଲେ ସ୍ବର୍ଣ୍ଣ ଜିତିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। କୌଣସି ଏକ ଅଲିମ୍ପିକ୍ସର ଏହି ତିନିଟି ବର୍ଗରେ ସ୍ବର୍ଣ୍ଣ ଜିତିଥିବା ଚାରି ଜଣ ଖେଳାଳିଙ୍କ ମଧ୍ୟରୁ ସେ ଅନ୍ୟତମ। ମରୋଙ୍କ ଛଡ଼ା କେବଳ ଜେସେ ଓଏନ୍ସ, କାର୍ଲ ଲୁଇସ୍ ଓ ଉସେନ ବୋଲ୍ଟ ଏଭଳି ସଫଳତା ଲାଭ କରିଛନ୍ତି। ମରୋଙ୍କ ପରଲୋକରେ ବିଶ୍ବ ଦୌଡ଼କୁଦ ଓ ଆମେରିକୀୟ ଦୌଡ଼କୁଦ ସଂଘ ସହ ସମଗ୍ର ବିଶ୍ବର ଧାବକ ଧାବିକାମାନେ ଗଭୀର ‌ଶୋକ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର