ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତି ତାରକା ବବିତା ଫୋଗତଙ୍କ ମଇଁଷିଠୁ ଖିର ଦୁହିଁବା ଫଟୋ ଇଣ୍ଟରନେଟ୍ରେ ଏବେ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ବବିତା ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ଏକ ମଇଁଷିଠୁ ଖିର ଦୁହୁଁଥିବାର ଫଟୋ ଛାଡ଼ିଥିଲେ। ଏଥିରେ ମଇଁଷିର ଖିର ବୋଲି ଶିରୋନାମା ଦେଇଥିଲେ। ଯାହାକୁ ନେଇ ଇଣ୍ଟରନେଟ୍ରେ ଚର୍ଚ୍ଚା ବଢ଼ିଯାଇଛି। ଏହି ଫଟୋକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ବବିତା ଓ ଗୀତା ଫୋଗତଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ‘ଦଙ୍ଗଲ’ ଚଳଚ୍ଚିତ୍ର ଉଭୟଙ୍କୁ ଲୋକପ୍ରିୟ କରିଥିଲା। ବବିତା ୨୦୧୪ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀରେ ସ୍ବର୍ଣ୍ଣ ଏବଂ ଚଳିତ ବର୍ଷ ଗୋଲ୍ଡ କୋଷ୍ଟ୍ରେ ରୌପ୍ୟ ଜିତିଥିଲେ। ସେହିପରି ଗୀତା ୨୦୧୦ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ପ୍ରଥମ ମହିଳା କୁସ୍ତିବିତ୍ ଭାବେ ୨୦୧୨ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ।
ବବିତାଙ୍କ ଫଟୋକୁ ନେଇ ଚର୍ଚ୍ଚା
/sambad/media/post_attachments/wp-content/uploads/2018/10/1-babita1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)