ବୋଡାସମ୍ବର କପ୍‌ କ୍ରିକେଟ୍‌:ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଆର୍‌ ବି ହାଇସ୍କୁଲ ପଡ଼ିଆଠାରେ ରାଜବୋଡ଼ାସମ୍ବର ସ୍ପୋଟିଂ ଆନୁକୂଲ୍ୟରେ ଚାଲିଥିବା ୨୫ତମ ସର୍ବଭାରତୀୟ ରାଜବୋଡ଼ାସମ୍ବର କପ୍ କ୍ରିକେଟ୍‌ ପ୍ରତିଯୋଗିତାର ମଙ୍ଗଳବାର ଖେଳରେ କଟକର ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ ହୋଇଛନ୍ତି। କଟକ ଦଳ ୨ ୱିକେଟ୍‌ରେ ପୁରୀର ପାୟୋନିୟର କ୍ଲବ୍‌କୁ ପରାସ୍ତ କରିଥିଲା। କଟକ ଦଳ ପ୍ରତୀକ ତ୍ରିପାଠୀଙ୍କ ୪୦ ରନ୍‌ ସହାୟତାରେ ସମସ୍ତ ୱିକେଟ୍‌ ହରାଇ ୧୨୮ ରନ୍‌ କରିଥିଲା। ପୁରୀ ଦଳ ପକ୍ଷରୁ ଦୀନେଶ ସାହୁ ଓ ଶେଖ ସୁଲେମାନ୍‌ ୩ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ପୁରୀ ଦଳ ୮ ୱିକେଟ୍ ହରାଇ ମାତ୍ର ୯୫ ରନ୍‌ କରିପାରିଥିଲା। କଟକ ଦଳ ପକ୍ଷରୁ ଅଭିଜିତ ରଣା ଘାତକ ବୋଲିଂ କରି ମାତ୍ର ୭ ରନ୍‌ ଦେଇ ୫ ୱିକେଟ ‌ଅକ୍ତିଆର କରିଥିଲେ। ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର