ଜୋହାନେସବର୍ଗ: ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର୍ ଗୁଲାମ ବୋଦିଙ୍କୁ ଘରୋଇ କ୍ରିକେଟ୍ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ୫ ବର୍ଷ ଜେଲ୍ ଦଣ୍ଡ ମିଳିଛି।ର ହାନ୍ସୀ କ୍ରୋନିଏ ମ୍ୟାଚ୍ ଫିକ୍ସିଂ ସ୍କାଣ୍ଡାଲ ପରେ ୨୦୦୪ ମସିହାରେ ଦକ୍ଷିଣ ଆଫ୍ରିକାରେ ଆସିଥିବା ଦୁର୍ନୀତି ବିରୋଧୀ ଆଇନ ଦ୍ବାରା ବୋଦି ପ୍ରଥମ କ୍ରୀଡ଼ାବିତ୍ ଭାବେ ଜେଲ୍ ଦଣ୍ଡ ଭୋଗିଛନ୍ତି। ୪୦ ବର୍ଷୀୟ ବୋଦି ୨୦୧୫ ମସିହାରେ ଘରୋଇ କ୍ରିକେଟର୍ରେ ମ୍ୟାଚ୍ ଫିକ୍ସିଂ କରିବାକୁ ନିଜର ପୂର୍ବତନ ଜାତୀୟ ଦଳ ସାଥିଙ୍କୁ ସମ୍ପୃକ୍ତ କରିଥିଲେ। ଏହା ଜୀବନର ସବୁଠାରୁ ବଡ଼ ଭୁଲ ବୋଲି ୧୮ ବର୍ଷ ଧରି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିବା ବୋଦି ସ୍ବୀକାର କରିଛନ୍ତି। ୧୦୮ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ବୋଦି ଦକ୍ଷିଣ ଆଫ୍ରିକା ପାଇଁ ୨ ଦିନିକିଆ ଏବଂ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ଏହି ଭାରତ ଜନ୍ମିତ ଖେଳାଳି ଦକ୍ଷିଣ ଆଫ୍ରିକା ପାଇଁ ୧୯ ବର୍ଷରୁ କମ୍ ବିଶ୍ବକପ୍ରେ ମଧ୍ୟ ଖେଳିଥିଲେ।