ହାଜଲଉଡ୍‌ଙ୍କ ସ୍ଥାନ ନେବେ ବୋଲାଣ୍ଡ

ଲଣ୍ଡନ : ଆହତ ଯୋଗୁଁ ଡବ୍ଲୁଟିସି ଫାଇନାଲ୍‌ରୁ ବାଦ୍‌ ପଡ଼ିଥିବା ଜୋସ୍‌ ହାଜଲଉଡ୍‌ଙ୍କ ବଦଳ ଖେଳାଳି ହୋଇଛନ୍ତି ଦ୍ରୁତ ବୋଲର ସ୍କଟ୍‌ ବୋଲାଣ୍ଡ। ଫାଇନାଲ୍‌ରେ ଅଷ୍ଟ୍ରେଲିଆ ତାହାର ଚୂଡ଼ାନ୍ତ ଏକାଦଶରେ ବୋଲାଣ୍ଡଙ୍କୁ ବଡ଼ ଦାୟିତ୍ବ ଦେଇଛି। ଏ ସଂକ୍ରାନ୍ତରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଏକାଦଶରେ ମିଚେଲ୍‌ ନେସରଙ୍କ ଅପେକ୍ଷା ବୋଲାଣ୍ଡ ସବୁଠୁ ବଡ଼ ବିକଳ୍ପ। ବୋଲାଣ୍ଡ ୨୦୨୧ରେ ମେଲବର୍ଣ୍ଣରେ ଇଂଲଣ୍ଡ ବିପକ୍ଷରୁ ପଦାର୍ପଣ କରିବା ପରଠୁ ୭ ଟେଷ୍ଟରୁ ୨୮ ୱିକେଟ୍‌ ନେଇସାରିଲେଣି। କିନ୍ତୁ ଇଂଲଣ୍ଡ ପରିବେଶ ସହିତ ଏହା ତାଙ୍କର ପ୍ରଥମ ଅଭିଜ୍ଞତା ହେବାକୁ ଯାଉଛି। ଏଥିପୂର୍ବରୁ ଭାରତ ବିପକ୍ଷରେ ନାଗପୁରରେ ଖେଳିଥିବା ବେଳେ ସେ ୱିକେଟ ବିହୀନ ରହିଥିଲେ।

ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ୍‌ ଭରତ, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ: ଡେଭିଡ୍‌ ୱାର୍ଣ୍ଣର, ଉସମାନ ଖୱାଜା, ମାର୍ନସ ଲବୁସାନ୍‌, ଷ୍ଟିଭ୍‌ ସ୍ମିଥ୍‌, ଆଲେକ୍ସ କ୍ୟାରି, ଟ୍ରାଭିସ୍‌ ହେଡ୍‌, କାମେରନ୍‌ ଗ୍ରିନ୍‌, ପ୍ୟାଟ୍‌ କମିନ୍ସ (ଅଧିନାୟକ), ମିଚେଲ୍‌ ଷ୍ଟାର୍କ, ସ୍କଟ୍‌ ବୋଲାଣ୍ଡ, ନାଥନ୍‌ ଲାୟନ।

ସମ୍ବନ୍ଧିତ ଖବର