ନୂଆଦିଲ୍ଲୀ: ବଲିଉଡ୍ ଏବଂ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନାୟକ ଆର ମାଧବନ ମଙ୍ଗଳବାର ତାଙ୍କ କ୍ରୀଡ଼ା ପ୍ରତିଭାର ଝଲକ ଦେଖାଇଛନ୍ତି। ପରଦା ଉପରେ ଖଳନାୟକଙ୍କୁ ଧୂଳି ଚଟାଇ ଆସୁଥିବା ମାଧବନ ଗଲ୍ଫ ପଡ଼ିଆରେ ବହୁ ନାମୀ ଦାମୀ ଖେଳାଳିଙ୍କୁ ପଛରେ ପକାଇ ଜାତୀୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରି ନେଇଥିଲେ। ମର୍ସିଡିଜ୍ ଟ୍ରଫି ଗଲ୍ଫ ମିଟ୍ର ମୁମ୍ବାଇ ପର୍ଯ୍ୟାୟକୁ ଜିତି ସେ ଏହି ଅନନ୍ୟ ସଫଳତା ଲାଭ କରିଥିଲେ। ମାଧବନ ଆଜି ମୋଟ ୬୯.୬ ପଏଣ୍ଟ ଅର୍ଜନ କରି ଜାତୀୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ପର୍ଯ୍ୟାୟ ଭାବେ ବିବେଚିତ ହେଉଥିବା ମର୍ସିଡିଜ୍ ଟ୍ରଫି ଗଲ୍ଫ ମିଟ୍ର ମୁମ୍ବାଇ ପର୍ଯ୍ୟାୟ ବିଜେତା ହୋଇଥିଲେ। ଏହା ପରେ ସେ ପୁନେଠାରେ ଏପ୍ରିଲ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାର ଫାଇନାଲ୍ ଖେଳିବେ। ମୁଁ ବହୁତ ଖୁସି, ଜିତିବାଠାରୁ ଅଧିକ ଖୁସି ଆଉ କିଛି ଦେଇ ନଥାଏ। ଜାତୀୟ ଫାଇନାଲରେ ଖେଳିବାକୁ ମୁଁ ବ୍ୟଗ୍ର ବୋଲି ଯୋଗ୍ୟତା ପର୍ଯ୍ୟାୟ ଜିତିବା ପରେ ମାଧବନ କହିଥିଲେ।
ବଲିଉଡ୍ ତାରକାଙ୍କ ଗଲ୍ଫ ପ୍ରେମ
/sambad/media/post_attachments/wp-content/uploads/2018/01/Madhaban.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)