ବୋଲ୍‌ଟଙ୍କ ବୋଲିଂ ବିସ୍ଫୋରଣ

କ୍ରାଏଷ୍ଟଚର୍ଚ: ଷଷ୍ଠ ଓ୍ଵିକେଟ୍‌ ଭାଗୀଦାରିରେ ୧୩୦ ରନ୍‌ ଯୋଡ଼ି ନ୍ୟୁଜିଲାଣ୍ଡ୍‌ ୩୨୫ ରନ୍‌ କରିବା ପରେ ଟ୍ରେଣ୍ଟ୍‌ ବୋଲ୍‌ଟଙ୍କ ଅଗ୍ନୀବର୍ଷର୍ୀ ବୋଲିଂ ବଳରେ େଓ୍ଵଷ୍ଟ୍‍ଇଣ୍ଡିଜ୍‌କୁ ୧୨୧ ରନ୍‌ରେ ସଫା କରି ଦେଇଥିଲା। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ନ୍ୟୁଜିଲାଣ୍ଡ୍‌ ୨-୦ରେ ଆଗୁଆ ଜିତି ନେଇଛି। ଘରୋଇ ଦଳ ୨୦୪ ରନ୍‌ର ବଡ଼ ବିଜୟ ହାସଲ କରିବା ଅବସରରେ ଏକାଧିକ କୀର୍ତିମାନ ପ୍ରତିଷ୍ଠା ହୋଇଥିଲା। ବୋଲ୍‌ଟଙ୍କ ୭/୩୪ ନ୍ୟୁଜିଲାଣ୍ଡ୍‌ ପାଇଁ ଦ୍ୱିତୀୟ ଶ୍ରେଷ୍ଠ ବୋଲିଂ ଚିତ୍ର ଥିଲା। ମାତ୍ର ୧ ରନ୍‌ ପାଇଁ ସେ ଟିମ୍‌ ସାଉଦି (୭/୩୩, ୨୦୧୫ ବିଶ୍ୱକପ୍‌)ଙ୍କୁ ଟପି ପାରିନଥିଲେ। କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବିଗତ ୧୦ ଘରୋଇ ଦ୍ୱିପାକ୍ଷିକ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ୍‌ର ଏହା ନବମ ବିଜୟ। ଶନିବାର ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ୍‌ ଏକଦା ୧୮୬ ରନ୍‌ରେ ୫ ଓ୍ଵିକେଟ୍‌ ହରାଇଥିଲା। ନିକୋଲ୍‌ସ (୮୩*, ୬୨ ବଲ୍‌, ୭ ଚୌକା, ୨ ଛକା) ଏବଂ ଟଡ୍‌ ଆସ୍‌ଲେ (୪୯, ୪୫ ବଲ୍‌, ୧ ଚୌକା, ୨ ଛକା) ୧୩୦ ରନ୍‌ ଯୋଡ଼ିଥିଲେ। ନ୍ୟୁଜିଲାଣ୍ଡ୍‌ ୩୨୫ ରନ୍‌ କରିବା ପରେ େଓ୍ଵଷ୍ଟଇଣ୍ଡିଜ୍‌ ମାତ୍ର ୧୨୧ ରନ୍‌ରେ ସମସ୍ତ ଓ୍ଵିକେ୍‌ଟ ହରାଇଥିଲା। ଟ୍ରେଣ୍ଟ୍‌ ବୋଲ୍‌ଟ (୧୦-୩-୩୪-୭) ଏବଂ ଫର୍ଗୁସନ୍‌ (୪-୦-୧୭-୩) ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ।

ସମ୍ବନ୍ଧିତ ଖବର