ଫୁଟ୍‌ବଲ୍‌: ବୋଲ୍ଟଙ୍କୁ ଜାନୁଆରି ପର୍ଯ୍ୟନ୍ତ ସମୟ

ଗସ୍‌ଫୋର୍ଡ: ବିଶ୍ବର ଦ୍ରୁତତମ ଧାବକ ଉସେନ୍‌ ବୋଲ୍ଟ ଅଷ୍ଟ୍ରେଲିଆରେ ନିଜର ଫୁଟ୍‌ବଲ୍‌ ଦକ୍ଷତା ଦେଖାଇବା ଲାଗି ଆଉ କିଛି ସମୟ ନେବେ‌। ୮ ଥରର ଏହି ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ସଂପ୍ରତି ସେଣ୍ଟ୍ରାଲ୍‌ କୋଷ୍ଟ୍‌ ମାରିନର୍ସ ଦଳ‌େର ରହିଛନ୍ତି। ଅଗଷ୍ଟ ୩୧ରେ ସେ ମାରିନର୍ସ ପକ୍ଷରୁ ସେଣ୍ଟ୍ରାଲ କୋଷ୍ଟ୍‌ର ଏକ ଚୟନ ଦଳ ସହ ୨୦ ମିନିଟ୍‌ ଖେଳି ଅଭିଯାନ ଆରମ୍ଭ କରିଥିଲେ। ସେପ୍ଟେମ୍ବର ୧୯ ତାରିଖରେ ନର୍ଥ ସୋର୍‌ ମାରିନର୍ସ ବିପକ୍ଷରେ ପୂରା ଦ୍ବିତୀୟାର୍ଧରେ ତାଙ୍କୁ ଦେଖିବାକୁ ମିଳିଥିଲା। ବଡ଼ ଧରଣରେ ଫୁଟ୍‌ବଲ୍‌ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଏଥି ପାଇଁ ପୁରା ପ୍ରସ୍ତୁତ ମଧ୍ୟ ହେଉଛି। ପ୍ରଶିକ୍ଷକ ମଧ୍ୟ ମେ‌ାତେ ଦୃଢ଼ ବିଶ୍ବାସ ଦେଇଛନ୍ତି ବୋଲି ବୋଲ୍ଟ କହିଛନ୍ତି। ଫୁଟ୍‌ବଲ୍‌ରେ ଆଗକୁ ବଢ଼ିବାକୁ ତାଙ୍କୁ ଅଧିକ ସମୟ ଦେବାକୁ ପଡ଼ିବ ବୋଲି ପ୍ରଶିକ୍ଷକ ମାଇକ୍‌ ମୁଲ୍‌ଭେ ଗୁରୁବାର କହିଛନ୍ତି। ଫୁଟ୍‌ବଲ୍‌ରେ ବୋଲ୍ଟ ଧିରେ ଧିରେ ପ୍ରଗତି କରିବାରେ ଲାଗିଛନ୍ତି। ଅଧିକ ସୁଧାର ଲାଗି ତାଙ୍କୁ ଜାନୁଆରି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ମାରିନର୍ସର ପରବର୍ତୀ ମ୍ୟାଚ୍‌ ଅକ୍ଟୋବର ମଧ୍ୟଭାଗରେ ଆରମ୍ଭ ହେବାର ରହିଛି। ଏଥି‌େର ବୋଲ୍ଟ ନିଜ ଦକ୍ଷତା ଦେଖାଇବାକୁ ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର