ସିଡ୍ନି: ମହାନ ଧାବକ ଉସେନ ବୋଲ୍ଟ ପେସାଦାର ଫୁଟବଲର୍ ପାଲଟିବାର ନିକଟତର ହୋଇଛନ୍ତି। ୮ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ବୋଲ୍ଟ ଦୌଡ଼କୁଦରୁ ଅବସର ନେବା ପରେ ଫୁଟ୍ବଲ୍କୁ ବିକଳ୍ପ ପେସା ଭାବେ ଗ୍ରହଣ କରିବା ପ୍ରୟାସ ଜାରି ରଖିଥିଲେ। ତାଙ୍କର ଏହି ପ୍ରୟାସ ଅଷ୍ଟ୍ରେଲିଆରେ ସାର୍ଥକ ହୋଇଛି। ଅଷ୍ଟ୍ରେଲିଆର ସେଣ୍ଟ୍ରାଲ କୋଷ୍ଟ ମାରିନର୍ସ ତାଙ୍କୁ ନିଜ ଦଳରେ ନେବାକୁ ଆଗ୍ରହ ପ୍ରକାଶ କରିଛି। ତେବେ ମାରିନର୍ସ ୩୨ ବର୍ଷୀୟ ବୋଲ୍ଟଙ୍କୁ ବହୁତ କମ୍ ଅର୍ଥ ଯାଚିଥିବା ଜଣାପଡ଼ିଛି। ସେଥିପାଇଁ ବୋଲ୍ଟ ଏହି ପ୍ରସ୍ତାବକୁ ଗ୍ରହଣ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବୋଲ୍ଟ ଗତ ଦୁଇ ମାସ ହେବ ଏହି ଦଳ ସହ ରହି ନିଜ ଫୁଟବଲ୍ ଦକ୍ଷତାର ପ୍ରମାଣ ଦେଇ ଆସୁଛନ୍ତି। କ୍ଲବ୍ର ଏକ ମ୍ୟାଚ୍ ବେଳେ ସେ ମଧ୍ୟ ଦୁଇଟି ଗୋଲ୍ ଦେଇଥିଲେ। ହେଲେ ଫୁଟବଲ୍ ପେସାଦାର ହେବାକୁ ହେଲେ ବୋଲ୍ଟଙ୍କୁ ମଧ୍ୟ ଅନ୍ୟ ଆଶାୟୀ ଖେଳାଳିମାନେ ଅନୁସରଣ କରୁଥିବା ପଥରେ ଚାଲିବାକୁ ହେବ ବୋଲି କ୍ଲବ୍ କହିଛି। ବୋଲ୍ଟଙ୍କୁ କ୍ଲବ୍ ପୂର୍ବରୁ ୨.୧ ନିୟୁତ ଡଲାରର ଚୁକ୍ତି ଦେବ ବୋଲି ସଂେକତ ଦେଇଥିଲା। ଏବେ କିନ୍ତୁ ଏହି ଧନରାଶିକୁ ଯଥେଷ୍ଟ କମାଇ ଦେଇଛି।
ବୋଲ୍ଟଙ୍କୁ ମିଳିଲା ଫୁଟବଲ୍ ଚୁକ୍ତି
/sambad/media/post_attachments/wp-content/uploads/2018/10/usain-bolt-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)