କିଙ୍ଗ୍ଷ୍ଟନ୍: ଚର୍ଚ୍ଚିତ ଜାମାଇକା ଧାବକ ଉସେନ ବୋଲ୍ଟ ପ୍ରଥମ ଥର ଲାଗି ଝିଅର ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି। ସେଥିରେ ଝିଅର ନାମ ଅଲିମ୍ପିଆ ଲାଇଟିଂ ବୋଲି ଦର୍ଶାଇଛନ୍ତି। ବୋଲ୍ଟଙ୍କ ବାନ୍ଧବୀ କାସି ବେନେଟ ଜୁନ୍ ୧୪ ତାରିଖରେ ପ୍ରଥମ ସନ୍ତାନର ଜନନୀ ହୋଇଥିଲେ। ହେଲେ ସେହି ଦିନଠୁ ବୋଲ୍ଟ କି ବେନେଟ୍ କେହି ଝିଅର ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିନଥିଲେ। ବୁଧବାର ବେନେଟ୍ଙ୍କ ଜନ୍ମ ଦିନ ଅବସରରେ ବୋଲ୍ଟ ନିଜ ଇନ୍ଷ୍ଟାଗ୍ରାମ ଓ ଟ୍ବିଟର୍ ପୃଷ୍ଠାରେ ଝିଅର ଫଟୋ ଛାଡ଼ିବା ସହ ବେନେଟ୍ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ମୁଁ ମୋ ପ୍ରେମିକାକୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି, କାସି.. ଜନ୍ମଦିନର ଶୁଭକାମନା। ତୁମର ଏହି ସ୍ବତନ୍ତ୍ର ଦିନରେ ତୁମ ସହ ବିତାଇବାକୁ ଚାହୁଁଛି। ମୁଁ ତୁମର ଖୁସି ଛଡ଼ା ଆଉ କିଛି ଚାହେଁନି ଏବଂ ତୁମ ମୁହଁରେ ହସ ଦେଖିବା ପାଇଁ ସବୁ କିଛି କରିବା ଲାଗି ଚେଷ୍ଟା କରିବି। ଆମ ଝିଅ ଅଲିମ୍ପିଆ ଲାଇଟିଂ ବୋଲ୍ଟ ସହିତ ଆମେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବା ବୋଲି ଇନ୍ଷ୍ଟାଗ୍ରାମରେ ବୋଲ୍ଟ ଲେଖିଥିଲେ। ବୋଲ୍ଟ ୧୧ ଥରର ବିଶ୍ବ ବିଜେତା ଏବଂ ଏକମାତ୍ର ଧାବକ ଭାବେ ଲଗାତାର ୩ ଅଲିମ୍ପିକ୍ସ (୨୦୦୮, ୨୦୧୨, ୨୦୧୬)ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
ପ୍ରଥମ ଥର ଝିଅର ଫଟୋ ଛାଡ଼ିଲେ ବୋଲ୍ଟ
/sambad/media/post_attachments/wp-content/uploads/2020/07/bolt-girl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)