ବେଙ୍ଗାଲୁରୁ: ରାଜସ୍ଥାନ ରୟାଲ୍‌ସର ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ୍‌ ବୋଲ୍‌ଟ ଆଇପିଏଲ୍‌ରେ ୱିକେଟ୍‌ ଦଖଲରେ ଶତକ ପୂରଣ କରିଛନ୍ତି। ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ରବିବାର ଦିନବେଳା ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ବିରାଟ କୋହଲି ହିଁ ବୋଲ୍‌ଟଙ୍କ ୧୦୦ତମ ଶିକାର ହୋଇଛନ୍ତି। ନିଜର ପ୍ରଥମ ଓଭରର ପ୍ରଥମ ବଲ୍‌ରେ କୋହଲିଙ୍କୁ ଆଉଟ୍‌ କରିଦେଇଥିଲେ ବୋଲ୍‌ଟ। ଫଳରେ ଆଇପିଏଲ୍‌ରେ କ୍ବଚିତ ବିଫଳ ହୋଇଥିବା କୋହଲି ଗୋଲ୍‌ଡେନ୍‌ ଡକ୍‌ରେ ପାଭିଲିୟନ ଫେରିଥିଲେ।

Advertisment

ବୋଲ୍‌ଟଙ୍କ ଚମତ୍କାର ଇନ୍‌ସୁଇଙ୍ଗରରେ କୋହଲି ପରାସ୍ତ ହୋଇଥିଲେ। ତେବେ କୋହଲିଙ୍କ ଭଳି ତାରକା ଖେଳାଳିଙ୍କୁ ଆଉଟ୍‌ କରି ୧୦୦ତମ ଆଇପିଏଲ୍‌ ୱିକେଟ୍‌ ଦଖଲ କରିଥିବା‌ରୁ ବୋଲ୍‌ଟ ଖୁବ୍‌ ଖୁସୀ ହୋଇପଡ଼ିଥିଲେ। ଏହାପରେ ନିଜର ଦ୍ବିତୀୟ ଓଭରର ପ୍ରଥମ ବଲ୍‌ରେ ମଧ୍ୟ ସାହବାଜ୍‌ ଅହମ୍ମଦଙ୍କୁ ଜଶସ୍ବୀ ଜୟସ୍ବାଲଙ୍କ ହାତରେ କ୍ୟାଚ୍‌ କରାଇ ବୋଲ୍‌ଟ ଏହି ମ୍ୟାଚ୍‌ରେ ବ୍ୟକ୍ତିଗତ ଦ୍ବିତୀୟ ୱିକେଟ୍‌ ପାଇଥିଲେ। ଏଥି ସହିତ ‌ଆଇପିଏଲ୍‌‌ରେ ତାଙ୍କ ମୋଟ ୱିକେଟ୍‌ ସଂଖ୍ୟାକୁ ୧୦୧କୁ ବୃଦ୍ଧି କରିଥିଲେ।