ଭୁବନେଶ୍ବର: ଭୁବନେଶ୍ବର ହକି ବିଶ୍ବକପ୍ ଉପଲକ୍ଷେ ହକି ଇଣ୍ଡିଆ ଗୁରୁବାର ଭାରତୀୟ ହକିର ଗୌରବ ଗାଥା, ଯନ୍ତ୍ରଣା ଓ ସ୍ବପ୍ନ ବହନ କରୁଥିବା ଏକ ସ୍ବତନ୍ତ୍ର ପୁସ୍ତକ ଉନ୍ମୋଚନ କରିଛି। କେନ୍ଦ୍ର ଅର୍ଥ ଏବଂ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ ଅରୁଣ ଜେଟଲି ଏହାର ଉନ୍ମୋଚନ କରିଛନ୍ତି। ଏହି କଫି ଟେବୁଲ ବହିର ନାଁ ‘ଦ ଇଲଷ୍ଟ୍ରେଟେଡ୍ ହିଷ୍ଟ୍ରି ଅଫ୍ ଇଣ୍ଡିଆନ୍ ହକି: ଏ ସାଗା ଅଫ୍ ଟ୍ରମ୍ପ, ପେନ୍ ଆଣ୍ଡ ଡ୍ରିମ୍ସ ରଖା ଯାଇଛି। ଏହି ଅବସରରେ ଶ୍ରୀ ଜେଟଲି କହିଥିଲେ, ଇତିହାସକୁ ସଂରକ୍ଷଣ କରିବା ଅତି ଗୁରୁତ୍ବପୂର୍ଣ୍ଣ। ଆମେ ଏହାକୁ ସଂଗ୍ରହାଳୟ, ପ୍ରକାଶନ ଏବଂ ସଂପ୍ରତି ଅଡିଓ ଭିଡିଓରେ ସଂରକ୍ଷଣ କରୁଛେ। ଏକ କଫି ଟେବୁଲ୍ ବୁକରେ ବହୁତ ସୁନ୍ଦର ଫଟୋ ରହୁଥିବାରୁ ମୁଁ ଏହାକୁ ବ୍ୟକ୍ତିଗତ ଭାବେ ପସନ୍ଦ କରେ। ଗତ ଏକ ଦଶନ୍ଧି ମଧ୍ୟରେ ଭାରତରେ ହକିର ବିକାଶ ନେଇ ମୁଁ ବେଶ୍ ଆନନ୍ଦିତ। ଆସନ୍ତା ବିଶ୍ବକପ୍ ଲାଗି ମୁଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଉଛି। ଏହି ଅବସରରେ ଅନ୍ତର୍ଜାତୀୟ ହକି ମହାସଂଘ ଓ ଭାରତୀୟ ଅଲିମ୍ପିକ୍ସ ସଂଘର ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆ ସଭାପତି ମୁସ୍ତାକ ଅହମ୍ମଦ, ମହାସଚିବ ରାଜିନ୍ଦର ସିଂହ, ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନଙ୍କ ସହ ବହୁ କିମ୍ବଦନ୍ତୀ ହକି ଖେଳାଳି ଉପସ୍ଥିତ ଥିଲେ। ଏହି ପୁସ୍ତକରେ ୧୯୨୮ରେ ଭାରତୀୟ ହକି ଦଳର ପ୍ରଥମ ଅଲିମ୍ପିକ୍ସ ପଦକଠାରୁ ଆରମ୍ଭ କରି ବିଶ୍ବକପ୍, ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅନେକ ସ୍ମରଣୀୟ ଚିତ୍ର ଏବଂ ତଥ୍ୟ ରହିଛି।
ପୁସ୍ତକରେ ଭାରତୀୟ ହକିର ଗୌରବ ଗାଥା
/sambad/media/post_attachments/wp-content/uploads/2018/11/Untitled-12-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)