କଟକ ଆସିବେନି କୋହଲି: ଶିଖର ଧାଓ୍ଵାନ୍‌ ଏବଂ ଭୁବନେଶ୍ୱର କୁମାରଙ୍କୁ ବି ବିଶ୍ରାମ

ଦକ୍ଷିଣ ଆଫ୍ରିକା ଗସ୍ତ ଟେଷ୍ଟ୍‍ ଦଳରେ ବୁମ୍‌ରା

ନୂଆଦିଲ୍ଲୀ: ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଓହରିଯାଇଥିବା ବିରାଟ କୋହଲିଙ୍କୁ କଟକରେ ଡିସେମ୍ବର ୨୦ରୁ ଆରମ୍ଭ ହେବାକୁ ଥିବା ଟି-୨୦ ଶୃଙ୍ଖଳାରେ ମଧ୍ୟ ଦେଖିବାକୁ ମିଳିବନି। ଏହା ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ପାଇଁ ନିରାଶା ଆଣିଦେଇଛି। ତାଙ୍କ ବଦଳରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ। ନୂଆ ମୁହଁ ଭାବେ ଓ୍ଵାସିଂଟନ୍‌ ସୁନ୍ଦର, ଦୀପକ ହୁଦା ଏବଂ ବସିଲ ଥମ୍ପି ଏହି ଶୃଙ୍ଖଳା ପାଇଁ ଡାକରା ପାଇଛନ୍ତିି। କୋହଲିଙ୍କ ପରି ଶିଖର ଧାଓ୍ଵାନ୍‌ ଏବଂ ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ଏହି ଶୃଙ୍ଖଳାରେ ବିଶ୍ରାମ ମିଳିଛି। ଫଳରେ ଓଡ଼ିଶା କ୍ରିକେଟପ୍ରେମୀ ବିରାଟଙ୍କ ଧୂଅାଁଧାର ବ୍ୟାଟିଂ ସହ  ଟିମ୍-ଇଣ୍ଡିଅାର ଷ୍ଟାର ଖେଳାଳି ଶିଖର ଧାଓ୍ଵାନ୍‌ ଏବଂ ଭୁବନେଶ୍ୱର କୁମାରଙ୍କୁ ବି ଦେଖିବାକୁ ପାଇବେ ନାହିଁ। ୨୦ରେ କଟକ ବାରବାଟୀ ଷ୍ଟାଡିୟମରେ  ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ଅନୁଷ୍ଠିତ ହେବ। ୨୨ରେ ଇନ୍ଦୋର ଏବଂ ୨୪ରେ ମୁମ୍ବାଇରେ ପରବର୍ତୀ ଦୁଇ ଟି-୨୦ ଖେଳାଯିବ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‍ ଶୃଙ୍ଖଳା ଏବଂ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଲାଗି ସୋମବାର ଭାରତୀୟ ଦଳ ଘୋଷିତ ହୋଇଛି। ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ଦ୍ରୁତ ବୋଲର୍‌ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ପ୍ରଥମ ଥର ଡାକରା ମିଳିଥିଲା ବେଳେ ଦ୍ୱିତୀୟ ଓ୍ଵିକେଟ୍‌ ରକ୍ଷକ ଭାବେ ପାର୍ଥବ ପଟେଲ୍‌ଙ୍କୁ ସ୍ଥାନ ମିଳିଛି। ବିଶ୍ରାମ ପାଇଁ ଶ୍ରୀଲଙ୍କା ଶୃଙ୍ଖଳାରୁ ବାଦ୍‌ ପଡ଼ିଥିବା ହାର୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଜାନୁଆରିରେ ହେବାକୁ ଥିବା ଏହି ଟେଷ୍ଟ୍‍ ଶୃଙ୍ଖଳା ସହ ଟି-୨୦ରେ ସ୍ଥାନ ମିଳିଛି। ସଫଳ ସ୍ପିନ୍‌ ଯୋଡ଼ି ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଏବଂ ରବୀନ୍ଦ୍ର ଜାଦେଜା ଦଳରେ ରହିଥିଲା ବେଳେ କୁଲ୍‌ଦୀପ ଯାଦବଙ୍କୁ ବାଦ୍‌ ଦିଆଯାଇଛି।

ଭାରତ ତାର ଦକ୍ଷିଣ ଗସ୍ତ ଜାନୁଆରି ୫ରୁ ୯ ତାରିଖ ପର୍ଯ୍ୟନ୍ତ କେପ୍‌ଟାଉନ୍‌ରେ ଟେଷ୍ଟ୍‍ ଖେଳି ଆରମ୍ଭ କରିବ। ଦ୍ୱିତୀୟ ଟେଷ୍ଟ୍‍ ୧୩ରୁ ୧୭ ସେଞ୍ଚୁରିଅନ୍‌ରେ ଏବଂ ତୃତୀୟ ଟେଷ୍ଟ୍‍ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଜୋହାନସ୍‌ବର୍ଗରେ ଖେଳିବ। ଏହାପରେ ଫେବ୍ରୁଆରି ୧ରୁ ୬ ଟିକିଆ ଦିନିକଆ ଏବଂ ୩ ଟେ୍ଵଣ୍ଟି-୨୦ ଖେଳି ୨୪ ତାରିଖରେ ଏହି ଗସ୍ତ ଶେଷ କରିବ।

ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଓହରିଯାଇଥିବା ବିରାଟ କୋହଲିଙ୍କୁ କଟକରେ ଡିସେମ୍ବର ୨୦ରୁ ଆରମ୍ଭ ହେବାକୁ ଥିବା ଟି-୨୦ ଶୃଙ୍ଖଳାରେ ମଧ୍ୟ ଦେଖିବାକୁ ମିଳିବନି। ଏହା ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ପାଇଁ ନିରାଶା ଆଣିଦେଇଛି। ତାଙ୍କ ବଦଳରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ। ନୂଆ ମୁହଁ ଭାବେ ଓ୍ଵାସିଂଟନ୍‌ ସୁନ୍ଦର, ଦୀପକ ହୁଦା ଏବଂ ବସିଲ ଥମ୍ପି ଏହି ଶୃଙ୍ଖଳା ପାଇଁ ଡାକରା ପାଇଛନ୍ତିି। କୋହଲିଙ୍କ ପରି ଶିଖର ଧାଓ୍ଵାନ୍‌ ଏବଂ ଭୁବନେଶ୍ୱର କୁମାରଙ୍କୁ ମଧ୍ୟ ଏହି ଶୃଙ୍ଖଳାରେ ବିଶ୍ରାମ ମିଳିଛି। ୨୨ରେ ଇନ୍ଦୋର ଏବଂ ୨୪ରେ ମୁମ୍ବାଇରେ ପରବର୍ତୀ ଦୁଇ ଟି-୨୦ ଖେଳାଯିବ।

ଶ୍ରୀଲଙ୍କା ବିପକ୍ଷ ଟି-୨୦ ଦଳ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, ଓ୍ଵାସିଂଟନ୍‌ ସୁନ୍ଦର, ୟୁଜ୍‌ବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ହୁଦା, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ, ବସିଲ ଥମ୍ପି, ଜୟଦେବ ଉନାଦ୍‌କଟ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‍ ଶୃଙ୍ଖଳା: ବିରାଟ କୋହଲି (ଅଧିନାୟକ), ମୁରଲୀ ବିଜୟ, ଲୋକେଶ ରାହୁଲ, ଶିଖର ଧାଓ୍ଵନ୍‌, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ରୋହିତ ଶର୍ମା, ରିଦ୍ଧିମାନ ସାହା, ରବିଚନ୍ଦ୍ରନ୍‌ ଅଶ୍ୱିନ୍‌, ରବୀନ୍ଦ୍ର ଜାଦେଜା, ପାର୍ଥବ ପଟେଲ୍‌, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଊମେଶ ଯାଦବ, ଯଶପ୍ରୀତ ବୁମ୍‌ରା।

 

ସମ୍ବନ୍ଧିତ ଖବର