ମାଦ୍ରିଦ: ଭାରତୀୟ ଟେନିସ୍‌ ତାରକା ରୋହନ ବୋପାନ୍ନା ଏବଂ ତାଙ୍କ କାନାଡ଼ା ସାଥୀ ଡେନିସ ସାପୋଭାଲୋଭ ଏଠାରେ ଚାଲିଥିବା ମାଦ୍ରିଦ ଓପନ୍‌ ମାଷ୍ଟର୍ସ ୧୦୦୦ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ ଯୁଗଳ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଏହି ଭାରତ-କାନାଡ଼ା ଯୋଡ଼ି ସିଧାସଳଖ ୬-୩, ୬-୪ ସେଟ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ସ୍ଥାନୀୟ ଯୋଡ଼ି ଜୁଆନ ସେବାସ୍ତିଆନ୍‌ କା‌ବଲ ଓ ‌ରୋବର୍ଟ ଫାରାଙ୍କୁ ପରାସ୍ତ କରିଥିଲେ। ‌ବୋପାନ୍ନାଙ୍କ ଏହା ଚଳିତ ବର୍ଷର ପ୍ରଥମ କ୍ବାର୍ଟର ଫାଇନାଲ୍‌ ପ୍ରବେଶ। ଏହି ଯୋଡ଼ି କ୍ବାର୍ଟର ଫାଇନାଲ୍‌ରେ ଜର୍ମାନି ଯୋଡ଼ି ଆଲେକ୍‌ଜାଣ୍ଡର ଭେରଭ ଓ ଟିମ୍‌ ପୁଏଜ୍‌ଙ୍କୁ ଭେଟିବେ।