ପ୍ରିକ୍ବାର୍ଟର୍‌ରେ ବୋପାନ୍ନା: ଦିଭିଜ, ଅଙ୍କିତଙ୍କ ଅଭିଯାନ ଶେଷ

ଭେଟେରାନ ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା ଏବଂ ତାଙ୍କ କ୍ରୋଏସିଆ ସାଥୀ ଫ୍ରାଙ୍କୋ ସ୍କୁଗୋର ଚଳିତ ଫ୍ରେଞ୍ଚ୍‌ ଓପନ୍‌ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ଏହି ଅଣମାନ୍ୟତାପ୍ରାପ୍ତ ଭାରତ-କ୍ରୋଏସିଆ ଯୋଡ଼ି ୧ ଘଣ୍ଟା ୨୦ ମିନିଟ୍‌ ସମୟ ନେଇ ୬-୪, ୭-୫ ସିଧାସଳଖ ସେଟ୍‌ରେ ଆମେରିକୀୟ ଯୋଡ଼ି ଫ୍ରାନ୍‌ସିସ ତିଆଫୋ ଓ ନିକୋଲାସ ମୋନରୋଏଙ୍କୁ ମାତ୍‌ ଦେଇଥିଲେ। ତେବେ ଆର୍ଜେଣ୍ଟିନାର ଡେନ୍‌ ବୋନିସଙ୍କୁ ସାଥୀ କରି ଖେଳୁଥିବା ଦିଭିଜ ସରଣ ପ୍ରଥମ ପର୍ଯ୍ୟାୟରୁ ବିଦା ହୋଇଛନ୍ତି। ଡେନ୍‌ବୋନିସ ଓ ସରଣ ୬-୩, ୬-୭, ୪-୬ ସେଟ୍‌ରେ ଅଷ୍ଟ୍ରେଲୀୟ ଯୋଡ଼ି ମାଟ୍‌ ରିଡ୍‌ ଓ ଆଲେକ୍ସ ଡି’ମିନରଙ୍କଠୁ ହାରି ଯାଇଥିଲେ। ମହିଳା ଯୁଗଳରୁ ମଧ୍ୟ ଭାରତୀୟ ଲଳନା ଅଙ୍କିତା ରାଇନାଙ୍କ ଅଭିଯାନ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି। ଆମେରିକାର ଲରେନ ଡେଭିସଙ୍କୁ ସାଥୀ କରି ଖେଳୁଥିବା ଅଙ୍କିତା ୪-୬, ୪-୬ ସେଟ୍‌ରେ ଜର୍ମାନି-ଚେକ୍‌ଗଣରାଜ୍ୟ ଯୋଡ଼ି ଲୌର ସିଗମୁଣ୍ଡ ଓ ଲୁସିଆ ରିଡିକାଙ୍କଠାରୁ ପରାଜିତ ହୋଇଥିଲେ।

ସମ୍ବନ୍ଧିତ ଖବର