ପ୍ୟାରିସ : ଭାରତୀୟ ତାରକା ରୋହନ ବୋପାନ୍ନା ଏଠାରେ ଚାଲିଥିବା ପ୍ୟାରିସ ମାଷ୍ଟର୍ସ ପ୍ରତିଯୋଗିତାର ପୁରୁଷ ଯୁଗଳ କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ଅଷ୍ଟ୍ରିଆର ଓଲିଭର ମାରାକ୍ଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ପ୍ରି-କ୍ବାର୍ଟର୍ ଫାଇନାଲ୍ରେ କଡ଼ା ସଂଘର୍ଷ କରି ୩-୬, ୬-୪, ୧୦-୮ରେ ନବମ ମାନ୍ୟତାପ୍ରାପ୍ତ ଫ୍ରାନ୍ସ-ନେଦରଲାଣ୍ଡ ଯୋଡ଼ି ଫାବ୍ରିକ ମାର୍ଟିନ ଓ ଜିଅନ-ଜୁଲିଏନ ରୋଜରଙ୍କୁ ମାତ୍ ଦେଇଥିଲେ। କ୍ବାର୍ଟର୍ ଫାଇନାଲ୍ରେ ବୋପାନ୍ନା-ଓଲିଭର ଅଷ୍ଟମ ମାନ୍ୟତାପ୍ରାପ୍ତ ଡୁଆର୍ଡ ରୋଜର ଭାସେଲିନ ଓ ଜୁର୍ଗେନ ମେଲଜରଙ୍କୁ ଭେଟିବେ।
ଅନ୍ୟପକ୍ଷରେ ପୁରୁଷ ଏକକ କ୍ବାର୍ଟର ଫାଇନାଲ୍ରେ ସ୍ପେନ୍ ତାରକା ରାଫେଲ ନାଦାଲ ପ୍ରବେଶ କରିଛନ୍ତି। ପ୍ୟାରିସରେ ଟ୍ରଫି ଜିତିବାର ସୌଭାଗ୍ୟ ପାଇନଥିବା ୨୦ ଥରର ଏହି ଗ୍ରାଣ୍ଡ ସ୍ଲାମ୍ ବିଜେତା ପ୍ରି-କ୍ବାର୍ଟର ଫାଇନାଲ୍ରେ ୬-୧, ୭-୬ ସେଟ୍ରେ ଅଷ୍ଟ୍ରେଲିଆର ଜୋର୍ଡାନ ଥମ୍ପସନଙ୍କୁ ପରାସ୍ତ କରିଥିଲେ। ଚଳିତ ଥର କ୍ବାର୍ଟରରେ ପହଞ୍ଚି ଟ୍ରଫି ମରୁଡ଼ିର ଅବସାନ ଲକ୍ଷ୍ୟରେ ରହିଛନ୍ତି ନାଦାଲ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Bopanna.jpg)