ନୂଆଦିଲ୍ଲୀ: ଭାରତୀୟ ଭେଟେରାନ ଟେନିସ ଖେଳାଳି ରୋହନ ବୋପାନ୍ନା ପ୍ରଥମ ଥର ଲାଗି ପୁରୁଷ ଯୁଗଳ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏଥିସହ ୪୪ ବର୍ଷୀୟ ବୋପାନ୍ନା ସବୁଠୁ ବୟସ୍କ ଖେଳାଳି ଭାବେ ଏହି ମାନ୍ୟତା ପାଇବାର ଗୌରବ ପାଇଛନ୍ତି। ୧୯ ବିଭିନ୍ନ ସାଥୀ ଓ ୬୧ ପ୍ରୟାସ ପରେ ବୋପାନ୍ନା ଚଳିତ ବର୍ଷ ଅଷ୍ଟ୍ରେଲିଆ ଓପନ୍ ଜିତି ପୁରୁଷ ଯୁଗଳ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ସ୍ବପ୍ନ ପୁରଣ କରିଥିଲେ।
ସେ ୨୨ ବର୍ଷ ତଳେ ଚେନ୍ନାଇରେ ଏଟିପି ଟୁର୍ରେ ପଦାର୍ପଣ କରିଥିବା ବୋପାନ୍ନା ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବ୍ଡେନ୍ଙ୍କ ସହ ଏହି ଟ୍ରଫି ଜିତିଥିଲେ। ଏଥିସହ ଓପନ୍ ଏରାରେ ମେଜ୍ର ଟ୍ରଫି ଜିତିବାରେ ସେ ବୟସ୍କ ଖେଳାଳି ହୋଇଥିଲେ। ସେହିପରି ଭାରତୀୟ ଯୁବ ତାରକା ସୁମିତ ନଗଲ ଚଳିତ ବର୍ଷ ଚେନ୍ନାଇ ଓପନ୍ ଏଟିପି ଚ୍ୟାଲେଞ୍ଜର ପଦାର୍ପଣ କରିଥିଲେ। ଏହି ପଦାର୍ପଣରେ ଟ୍ରଫି ଜିତି ସେ ଏଟିପି ମାନ୍ୟତାର ଶୀର୍ଷ ୧୦୦ରେ ପହଞ୍ଚିଛନ୍ତି।