ଆଡିଲେଡ୍‌: ପ୍ରଥମ ଥର ଲାଗି ଏକାଠି ଏଟିପି ଟୁର୍‌ ପ୍ରତି‌େଯାଗିତାରେ ଅଂଶଗ୍ରହଣ କରିଥିବା ଭାରତୀୟ ଯୋଡ଼ି ରୋହନ ବୋପାନ୍ନା ଓ ରାମକୁମାର ରାମନାଥନ ଆଡିଲେଡ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ଟେନିସ୍‌ ପ୍ରତି‌ଯୋଗିତାର ପୁରୁଷ ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ରବିବାର ଫାଇନାଲ୍‌ରେ ଏହି ଅଣମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ୭-୬ (୬) ଓ ୬-୧ ସିଧାସଳଖ ସେଟ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ବ୍ରାଜିଲ ଯୋଡ଼ି ଇଭାନ ଡୋଡିଗ୍‌ ଓ ମାର୍ସିଲୋ ମେଲୋଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଜିତିବାକୁ ବୋପାନ୍ନା ଓ ରାମକୁମାରଙ୍କୁ ୧ ଘଣ୍ଟା ୨୧ ମିନିଟ୍‌ ସମୟ ଲାଗିଥିଲା। ଭାରତୀୟ ଯୋଡ଼ି ସମସ୍ତ ୩ ବ୍ରେକ୍‌ ପଏଣ୍ଟ୍‌ ଅର୍ଜନ କରିଥିଲା ବେଳେ ବିପକ୍ଷର ୨ଟି ବ୍ରେକ୍‌ ପଏଣ୍ଟ୍‌କୁ ଅଟକାଇଥିଲେ। ଏହି ମୁକୁଟ ସହ ବୋପାନ୍ନା ଓ ରାମକୁମାର ୧୮୭୦୦ ଡଲାର (ପ୍ରାୟ ୧୩,୯୦,୦୦୦ ଟଙ୍କା) ସହ ୨୫୦ ରୢାଙ୍କିଂ ପଏଣ୍ଟ୍‌ ପ‌କଟେସ୍ଥ କରିଛନ୍ତି। ବୋପାନ୍ନାଙ୍କ ଏହା ୨୦ତମ ଏବଂ ରାମକୁମାରଙ୍କ ପ୍ରଥମ ଏଟିପି ଯୁଗଳ ମୁକୁଟ। ରାମକୁମାର ୨୦୧୮ ହଲ୍‌ ଅଫ୍‌ ଟେନିସ୍‌ ପ୍ରତିଯୋଗିତାରେ ଉପବିଜେତା ହୋଇଥିଲେ।