ବୋପାନ୍ନାଙ୍କ ଅଭିଯାନ ଶେଷ

ନ୍ୟୁୟର୍କ: ଏକ ମାତ୍ର ଭାରତୀୟ ଭାବ‌େ ଚଳିତ ୟୁଏସ୍‌ ଓପନ୍‌ରେ ତିଷ୍ଟି ରହିଥିବା ରୋହନ ବୋପାନ୍ନାଙ୍କ ଅଭିଯାନ ଶେଷ ହୋଇଯାଇଛି। ଉଭୟ ପୁରୁଷ ଯୁଗଳ ଏବଂ ମିଶ୍ରିତ ଯୁଗଳର ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଥିବା ଏହି ଭାରତୀୟ ତାରକା ରବିବାର ଦୁଇଟି ଯାକ ମ୍ୟାଚ୍‌ ଜିତି ପ୍ରତିଯୋଗିତାରୁ ବିଦାୟ ନେଇଥିଲେ। ପୁରୁଷ ଯୁଗଳରେ ବୋପାନ୍ନା ଓ ତାଙ୍କ କାନାଡ଼ିଆନ୍‌ ସାଥୀ ଡେନିସ ସାପୋଭାଲୋଭ ୩-୬, ୪-୬ ସେଟ୍‌ରେ ପଞ୍ଚଦଶ ମାନ୍ୟତାପ୍ରାପ୍ତ ବ୍ରିଟେନ୍‌ ଯୋଡ଼ି ନିଲ୍‌ ସ୍କୁପ୍‌ସ୍କି ଓ ଜାମି ମରେଙ୍କଠୁ ହାରି ଯାଇଥିଲେ। ସେହିଭଳି ମିଶ୍ରିତ ଯୁଗଳରେ ଆମେରିକାର ଆବିଗେଲ ସ୍ପିଅର୍ସଙ୍କୁ ସାଥୀ କରି ଖେଳୁଥିବା ବୋପାନ୍ନା ୫-୭, ୬-୭ ସେଟ୍‌ରେ ଫ୍ରାନ୍ସ-ଆମେରିକା ଯୋଡ଼ି ଫାବ୍ରିସ ମାର୍ଟିନ ଓ ରାକ୍ବେଲ ଆତୱଙ୍କଠୁ ପରାଜିତ ହୋଇଥିଲେ। ବୋପାନ୍ନାଙ୍କ ବିଦାୟ ପରେ ଏହି ଭାରତୀୟଙ୍କ ଅଭିଯାନ ‌ମଧ୍ୟ ଶେଷ ହୋଇଛି। ପୂର୍ବରୁ ଭେଟେରାନ ଲିଆଣ୍ଡର ପେସ୍‌, ଦିଭିଜ ସରଣ ପୁରୁଷ ଯୁଗଳର ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ସେହିପରି ପୁରୁଷ ଏକକ ପ୍ରଥମ ପର୍ଯ୍ୟାୟରେ ସୁମିତ ନାଗଲ ଓ ପ୍ରଜ୍ଞେଶ ଗୁଣେଶ୍ବରନ୍‌ ଯଥାକ୍ରମେ ରୋଜର ଫେଡେରର୍‌ ଓ ଢାନିଲ ମେଦଭେଦେଭଙ୍କଠୁ ହାରି ସ୍ବଦେଶ ଫେରିଥିଲେ।

ସମ୍ବନ୍ଧିତ ଖବର