ବ୍ରଡ୍‌+ଆଣ୍ଡର୍‌ସନ୍‌=୧୦୦୦

ବ୍ରିଜ୍‌ଟାଉନ୍‌: ଦୀର୍ଘ ଦେଢ଼ ଦଶନ୍ଧୀ ଧରି ଇଂଲଣ୍ଡ କ୍ରିକେଟ୍‌କୁ‌ ସେବା ଯୋଗାଇ ଆସୁଥିବା ଦ୍ରୁତ ବୋଲିଂ ଯୋଡ଼ି ଜେମ୍ସ ଆଣ୍ଡରସନ୍‌ ଏବଂ ଷ୍ଟୁଆର୍ଟ ବ୍ରଡ୍‌ ମିଳିତ ଭାବେ ୧୦୦୦ ଟେଷ୍ଟ୍ ୱିକେଟ୍‌ ଦଖଲ କରି ନୂଆ ମାଇଲଖୁଣ୍ଟ୍ ଅତିକ୍ରମ କରିଛନ୍ତି। ବ୍ରିଜଟାଉନ୍‌ରେ ୱେଷ୍ଟଇଣ୍ଡିଜ୍‌ର ପ୍ରଥମ ପାଳିରେ ଆଣ୍ଡରସନ୍‌ ନିଜର ଦ୍ବିତୀୟ ୱିକେଟ୍‌ ନେବା ବେଳେ ଏହି ମାଇଲଖୁଣ୍ଟ୍ ଛୁଇଁଥିଲେ। ବିବାଦୀୟ ପରିସ୍ଥିତିରେ ଦଳରୁ ବାଦ୍ ପଡ଼ିଥିବା ବ୍ରଡ ଏହି‌ ଟେଷ୍ଟ୍ ଖେଳୁନଥିବା ‌େବ‌ଳେ ଆଣ୍ଡରସନ୍ ୫ ୱିକେଟ୍‌ ସଫଳତା ପାଇଥିଲେ। ଏ ପର୍ଯ୍ୟନ୍ତ ବ୍ରଡ୍ ୧୨୪ ଟେଷ୍ଟ୍‌ରୁ ୪୩୩ ଏବଂ ଆଣ୍ଡରସନ୍‌ ୧୪୬* ଟେଷ୍ଟ୍‌ରୁ ୫୬୯ ୱିକେଟ୍‌ ନେଇଛନ୍ତି। ଉଭୟଙ୍କ ମୋଟ ୱିକେଟ୍‌ ୧୦୦୦ ଟପିଥିଲେ ମଧ୍ୟ ମିଳିତ ଭାବେ ଏକାଠି ଖେଳି ଥିବାବେଳେ ଏହି ସଂଖ୍ୟା ୮୫୧‌ ରହିଛି। ଏକାଠି ଖେଳୁଥିବା ବେ‌ଳେ କେବଳ ସେନ୍ ୱର୍ନ ଏବଂ ଗ୍ଲେନ୍ ମ୍ୟାକ୍‌ଗ୍ରା ମୋଟ ୧୦୦୧ ୱିକେଟ୍ ନେବାର ବିରଳ କୀର୍ତିମାନ ରଖିଛନ୍ତି। ତେବେ ଦେଶ ପାଇଁ ମିଳିତ ଭାବେ ୧୦୦୦ ୱିକେଟ୍‌ ନେବାରେ ବ୍ରଡ୍‌-ଆଣ୍ଡରସନ୍‌ ବିଶ୍ବର ତୃତୀୟ ଯୋଡ଼ି ହୋଇଛନ୍ତି। ଅଷ୍ଟ୍ରେଲୀୟ ଯୋଡ଼ି ୱର୍ନ-ମ୍ୟାକଗ୍ରା ୧୨୭୧ ଏବଂ ଶ୍ରୀଲଙ୍କା ଯୋଡ଼ି ମୁଥେୟା ମୁରଲୀଧରନ-ଚାମିନ୍ଦା ଭାସ ୧୧୨୪ ୱିକେଟ୍ ନେଇଛନ୍ତି। ବ୍ରଡ୍‌-ଆଣ୍ଡରସନ୍‌ ଏକାଠି ଖେଳୁଥିବା ବେଳେ ୨ ଥର ୧୫ ୱିକେଟ୍ ଏବଂ ୪ ଥର ୧୪ ୱିକେଟ୍ ନେଇଛନ୍ତି। ଲର୍ଡସରେ ଉଭୟ ୨୦୧୧ ଏବଂ ୨୦୧୮ରେ ଦୁଇ ଥର ଭାରତ ବିପକ୍ଷରେ ଏଭଳି କରିଥିଲେ।

ସମ୍ବନ୍ଧିତ ଖବର