ଡ୍ରିମ୍‌ସରେ ପଲିଫେଷ୍ଟ, ଫୁଟ୍‌ବଲ୍‌ରେ ବୋଷ୍‌ ବିଜୟୀ

କଟକ: ଡ୍ରିମ୍‌ସ ସ୍ପୋର୍ଟସ କମ୍ପ୍ଲେକ୍ସରେ ଚାଲିଥିବା ଅନ୍ତଃ ପଲିଟେକନିକ୍‌ ପ୍ରତିଭା ଅନ୍ବେଷଣ ‘ପଲିଫେଷ୍ଟ-୨୦୧୮’ର ଦ୍ବିତୀୟ ଦିବସରେ ଅନୁଷ୍ଠିତ ଫୁଟବଲ ମ୍ୟାଚରେ କଟକସ୍ଥିତ ଭୁବନାନନ୍ଦ ସ୍କୁଲ ଅଫ ଇ˚ଜିନିୟରି˚ (ବୋଷ) ବିଜୟୀ ହୋଇଛି। ଫାଇନାଲ୍‌ରେ ବୋଷ ୧-୦ ଗୋଲରେ ଡ୍ରିମ୍ସ ପଲିଟେକନିକ୍‌କୁ ହରାଇ ଏହି ସଫଳତା ପାଇଥିଲା। ବିଜୟୀ ଦଳର ଦେବୀଦତ୍ତ ବିଭୂପ୍ରସାଦ ଉକ୍ତ ଗୋଲ ସ୍କୋର କରିଥିଲେ। ଏଥିପୂର୍ବରୁ ପୂର୍ବାହ୍ନରେ ଅନୁଷ୍ଠିତ ସେମି ଫାଇନାଲ୍‌ରେ ଡ୍ରିମ୍ସ ୧-୦ଗୋଲରେ ଢେଙ୍କାନାଳ ସରକାରୀ ପଲିଟେକନିକ୍‌କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା। ମ୍ୟାଚ ଶେଷରେ ଡ୍ରିମ୍ସ ପ୍ରତିଷ୍ଠାତା ପ୍ରମୋଦ ରଥ ଉଭୟ ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, କ୍ରୀଡା ନିର୍ଦ୍ଦେଶକ ନବକିଶୋର ମିଶ୍ର, ପ୍ରଶିକ୍ଷକ ଭୋଳାନାଥ ମହାକୁଡ, ସୁବ୍ରତ କୁମାର ନନ୍ଦୀ, ଏକାଡେମିକ୍‌ ନିର୍ଦ୍ଦେଶକ ପ୍ରାଧ୍ୟାପକ ଲୋକନାଥ ବେହେରା, ପ୍ରଶାସନିକ ଅଧିକାରୀ ଆଶୁତୋଷ ଦ୍ବିବେଦୀ, ପ୍ରାଧ୍ୟାପକ ସୌମେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ମହମ୍ମଦ ଇମ୍‌ତିଆଜ ଜାହିର‌୍‌, ମହମ୍ମଦ ଜାହୁର‌୍‌, ବିନୋଦ ମହଲା ଖେଳ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର