ଲଣ୍ଡନ: ଇଂଲଣ୍ଡ କ୍ରିକେଟ୍ ଦଳ ଆଜିକାଲି ଟେଷ୍ଟ୍ କ୍ରିକେଟ୍କୁ ଟ୍ବେଣ୍ଟି-୨୦ ଭଳି ଖେଳୁଛି। ଏହି ପରିବର୍ତ୍ତିତ କ୍ରିକେଟ୍ ଶୈଳୀର ପ୍ରେରଣା ପ୍ରଶିକ୍ଷକ ବ୍ରାଣ୍ଡନ୍ ମ୍ୟାକଲମ୍ ଦେଇଥିବାରୁ ତାଙ୍କ ଡାକ ନାଁ ଅନୁସାରେ ଏହାକୁ ‘ବାଜ୍ବଲ୍’ର ଆଖ୍ୟା ଦେଇଛି। ଏବେ ଏହି ଦେଶର କିଂବଦନ୍ତି ଅଲରାଉଣ୍ଡର ଇଆନ୍ ବୋଥାମ୍ ‘ବାଜ୍ବଲ୍’କୁ ଟେଷ୍ଟ୍ କ୍ରିକେଟ୍ର ନୂଆ ରକ୍ଷକ ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି ବାଜ୍ବଲ୍ ଟେଷ୍ଟ୍ କ୍ରିକେଟ୍ରେ ନୂଆ ଜୀବନ ଭରି ଦେଇଛି। ଏଥିଲାଗି ଟେଷ୍ଟ୍ ମ୍ୟାଚ୍ ପୂର୍ବାପେକ୍ଷା ଅଧିକ ରୋମାଞ୍ଚକର ହୋଇଛି। ଟେଷ୍ଟ୍ କ୍ରିକେଟ୍ର ଦର୍ଶକ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବଢ଼ିଛି। ଏଣୁ ଟେଷ୍ଟ୍ କ୍ରିକେଟ୍କୁ ପୁନର୍ବାର ଜୀବନ୍ତ କରିବା ଶ୍ରେୟ ଇଂଲଣ୍ଡର ‘ବାଜ୍ବଲ୍’ ଶୈଳୀ ଖେଳକୁ ଯାଉଛି। ଆଗାମୀ ସମୟରେ ଏଭଳି କ୍ରିକେଟ୍କୁ ସବୁଦଳ ଆପଣାଇବାକୁ ବାଧ୍ୟ ହେବେ ବୋଲି ମଧ୍ୟ ୧୦୨ ଟେଷ୍ଟ୍ରୁ ୩୮୩ ୱିକେଟ୍ ନେବା ସହ ୫୨୦୦ ରନ୍ କରିଥିବା ବୋଥାମ କହିଛନ୍ତି। ତାଙ୍କର ଏହି ଭବିଷ୍ୟବାଣୀ ପରେ ‘ବାଜ୍ବଲ୍’କୁ ନେଇ ଚର୍ଚ୍ଚା ବଢ଼ିଛି।
ଚର୍ଚ୍ଚାରେ ବୋଥାମଙ୍କ ଭବିଷ୍ୟବାଣୀ
/sambad/media/post_attachments/wp-content/uploads/2024/02/sfhsfhfssfhf.jpg)