ନୂଆଦିଲ୍ଲୀ: ପୂର୍ବତନ ବିଶ୍ୱ ଚାମ୍ପିଅନ ବକ୍ସର ସ୍ୱିଟି ବୋରା ଏବଂ ତାଙ୍କ ସ୍ୱାମୀ ଦୀପକ ହୁଡା(ଭାରତୀୟ କବାଡି ଦଳର ପୂର୍ବତନ ଅଧିନାୟକ )ଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। 

Advertisment

ସ୍ୱିଟି ମହିଳା ଥାନାରେ ସ୍ବାମୀଙ୍କ ଆକ୍ରମଣର ଏକ ଭିଡିଓ ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ‘ ଦୀପକ ହୁଡା ପୁଅମାନଙ୍କ ପ୍ରତି ଆଗ୍ରହୀ। ମୁଁ ଏସବୁ କଥା ବହୁତ ପରେ ଜାଣିବାକୁ ପାଇଲି। ଦୀପକ ହୁଡା ମୋତେ ଖୁବ ନିର୍ଯାତନା ଦେଇଛନ୍ତି ଓ ମାଡ଼ ମାରିଛନ୍ତି।  ସାମ୍ନାକୁ ଆସିଥିବା ଭିଡିଓ ଆରମ୍ଭ ଏବଂ ଶେଷ ଅଂଶକୁ କାଟି ଦିଆଯାଇଛି। ଯେଉଁ ଅଂଶ କାଟି ଦିଆଯାଇଛି ସେଥିରେ ଦୀପକ ମୋତେ ଖୁବ ନିର୍ଯାତନ ଦେଉଥିବା ଦେଖିବାକୁ ମିଳିବ।

ଅନ୍ୟପକ୍ଷରେ ପୁଲିସ ଷ୍ଟେସନର ଭିଡିଓ ସାର୍ବଜନୀନ ହେବା ଉପରେ ସ୍ୱିଟି ବୋରା ପ୍ରଶ୍ନ ଉଠାଇ କହିଛନ୍ତି, ‘ଭିଡିଓ ସାର୍ବଜନୀନ  ହେବା ଦର୍ଶାଉଛି ଯେ ହିସାର ଏସପି ଏହି ମାମଲାରେ ଦୀପକଙ୍କ ସହ ସାମିଲ ଅଛନ୍ତି। ଦୁହିଁଙ୍କୁ ଫାଶୀ ଦିଆଯିବା ଉଚିତ। 

ମାର୍ଚ୍ଚ ୨୩ରେ ମୁଁ ଗଣମାଧ୍ୟମରେ କହିଥିଲି ଯେ ଥାନାରେ ଯାହା ଘଟିଥିଲା ତାହାର ସମ୍ପୂର୍ଣ୍ଣ ଭିଡିଓ ପ୍ରକାଶ କରାଯାଉ। କିନ୍ତୁ, ହିସାର ଏସ୍ପି ପୁଲିସ ଷ୍ଟେସନର ଭିଡିଓକୁ ବିକୃତ ଭାବରେ ଉପସ୍ଥାପନ କରିଛନ୍ତି।  

ମୋ ବିରୋଧରେ ହେଉଥିବା ଅଭିଯୋଗ ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ବିଷୟରେ କହିବାକୁ ହିଁ ମୁଁ ଲାଇଭ୍ ଆସିଛି।ଯଦି ମୁଁ ଏତେ ଖରାପ ତେବେ ଦୀପିକ ମୋତେ କାହିଁକି ଛାଡପତ୍ର ଦେଉନାହାଁନ୍ତି? ମୁଁ ତାଙ୍କଠାରୁ କିଛି ଚାହୁଁ ନାହିଁ। ଟଙ୍କା, ଜମିବାଡ଼ି, ସମ୍ପତ୍ତି ମୋର କିଛି ଲୋଡା ନାହିଁ। ବାସ ମୋତେ ଛାଡପତ୍ର ଦେଇ ଦିଅନ୍ତୁ। ’