କ୍ରିକେଟ ପଡ଼ିଆରେ ବଡ଼ ଅଘଟଣ; ରନ ନେଉଥିବା ସମୟରେ ହୃଦଘାତରେ ଖେଳାଳିଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କାନପୁରର ବିଲହୋରରେ ଗତବୁଧବାର ୧୬ବର୍ଷର ଜଣେ ବାଳକଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତେବେ ବାଳକଙ୍କ ଯାଞ୍ଚ କରିବା ପରେ ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ବଳରାମ ନଗରନିବାସୀ ଅନୁଜଙ୍କ ୧୬ବର୍ଷର ପୁଅ ଅମିତ ନିଜର ସାଥୀଙ୍କ ସହିତ ବିଆଇସି ଗ୍ରାଉଣ୍ଡରେ କ୍ରିକେଟ ମ୍ୟାଚ ଖେଳୁଥିଲେ। ସେ ୨୧ରନର ସ୍କୋରରେ ଖେଳୁଥିଲେ। ଏତିକି ବେଳେ ବ୍ୟାଟିଂ କରି ୨୨ରନ ପାଇଁ ଦୌଡ଼ିଥିଲେ। ଏହି ସମୟରେ ସେ ପଡ଼ିଆରେ ପଡ଼ି ଯାଇଥିଲେ। ଅମିତଙ୍କୁ ପିଚରେ ପଡ଼ିଯିବା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତ ଲୋକ ଦୌଡ଼ି ଆସିଥିଲେ ଆଉ ଅମିତଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବିଲହୋର ସିଏଚସିରେ ଭର୍ତ୍ତି କରିଥିଲେ।

ଆଉ ଅମିତଙ୍କ ଘରଲୋକଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ହସ୍ପିଟାଲରେ ଡାକ୍ତର ଅଭିଷେକ ସିଂହ ଅମିତଙ୍କ ଯାଞ୍ଚ କରି ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାକୁ ନେଇ ଡାକ୍ତର ଅଭିଷେକ କହିଛନ୍ତି, ହସ୍ପିଟାଲ ଆସିବା ବେଳକୁ ଅମିତର ଓଠ ନୀଳ ପଡ଼ିଯାଇଥିଲା। ତା’ପରେ ତାର ସ୍ବାସ୍ଥ୍ୟ ପରୀକ୍ଷା କରିବାରୁ ଜଣାପଡ଼ିଲା କି ସେ ହୃଦଘାତର ଶିକାର ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଥିଲା।

 

ସମ୍ବନ୍ଧିତ ଖବର