ଲଣ୍ଡନ: ବିବିସି ସହ ମୋର ଚୁକ୍ତି ଗତ ଗ୍ରୀଷ୍ମ ଋତୁରୁ ଶେଷ ହୋଇଯାଇଛି। ହେଲେ ମୁଁ ସଂପର୍କ ଜାରି ରଖିବାକୁ ପସନ୍ଦ କରିଥା’ନ୍ତି। କିନ୍ତୁ ନିଜକୁ ବାସ୍ତବବାଦୀ ଓ ସଚ୍ଚୋଟ ରଖିବାକୁ ବିବିସିର ଭାଷ୍ୟକାର ଦଳ ଛାଡ଼ିବାକୁ ପଡ଼ିଛି। ବିଶେଷକରି କୋଭିଡ୍-୧୯ ଆମ ଉଭୟ (ମୁଁ ଓ ବିବିସି)ଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି ବୋଲି କହିଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ତଥା ଜଣାଶୁଣା କ୍ରିକେଟ୍ ଭାଷ୍ୟକାର ଜିଓଫ୍ରି ବୟକଟ୍। କରୋନା ଭୂତାଣୁ ମହାମାରୀ ଚିନ୍ତା ଯୋଗୁଁ ୭୯ ବର୍ଷ ବୟସ୍କ ବୟକଟ୍ ବିବିସିର ଟେଷ୍ଟ୍ ମ୍ୟାଚ୍ ଭାଷ୍ୟକାରିତା ଦଳରୁ ୧୪ ବର୍ଷର ସଂପର୍କ ତୁଟାଇଛନ୍ତି। କେବଳ ସେତିକି ନୁହେଁ ବୟସାଧିକ ସାଙ୍ଗକୁ ୪ ଥର ହାର୍ଟ ବାଇପାସ୍ ସର୍ଜରୀ ମଧ୍ୟ ଏହି ନିଷ୍ପତ୍ତି ପଛର ଅନ୍ୟତମ କାରଣ ବୋଲି ଉଲ୍ଲେଖ କରିଛନ୍ତି। ବିଶେଷକରି ଆସନ୍ତା ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଇଂଲଣ୍ଡର ଶୃଙ୍ଖଳା ପୂର୍ବରୁ ବୟକଟ୍ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ୧୪ ବର୍ଷ ଧରି ମଧୁର ସଂପର୍କ ପାଇଁ ବିବିସିକୁ ମୁଁ ଧନ୍ୟବାଦ ଜଣାଇବି। କ୍ରିକେଟ୍ ପ୍ରତି ଭଲପାଇବା ଥିବାରୁ ମୋର ଦାୟିତ୍ବକୁ ମୁଁ ପୂରା ଉପଭୋଗ କରିଥିଲି। ମୋ ଦାୟିତ୍ବକୁ ପସନ୍ଦ କରିଥିବା ଅନ୍ୟ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ବୋଲି ବୟକଟ୍ କହିଛନ୍ତି।
ବିବିସିର ଭାଷ୍ୟକାର ଦଳ ଛାଡ଼ିଲେ ବୟକଟ୍
/sambad/media/post_attachments/wp-content/uploads/2020/06/boycutt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)